ହେଡଲାଇନସ୍:

ଚାଲି ଚାଲି ହାଇଦ୍ରାବାଦରୁ ମାଲଦା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ପ୍ରଚଣ୍ଡ ରୌଦ୍ରତାପରେ ଚାଲିଚାଲି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ପଶ୍ଚିମବଙ୍ଗର ମାଲଦା l ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ସମ୍ବଲପୁର ସହର ଉପକଣ୍ଠ  ଜାତୀୟ ରାଜପଥ ଧନକଉଡାରେ l  ତେଲେଙ୍ଗାନା ର ରାଜଧାନୀ ହାଇଦ୍ରାବାଦ ରୁ ଚାଲି ଚାଲି ୪୭ ଜଣ ଶ୍ରମିକ ଫେରୁଛନ୍ତି ନିଜ ଭିଟାମାଟି ପଶ୍ଚିମବଙ୍ଗ ର ମାଲଦା କୁ । ଗତ ଏପ୍ରିଲ ୨୫ ତାରିଖ  ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଏକାଦଶ ଦିନରେ ପହଞ୍ଚିଛି ସମ୍ବଲପୁର ଠାରେ । ଜାତୀୟ ରାଜପଥ ର ଧନକଉଡା ଛକ ଠାରେ ତାଙ୍କୁ ଦେଖି  ସ୍ଥାନୀୟ ସାକ୍ଷୀଗୋପୀନାଥ ମଣ୍ଡଳ ବିଜେପି କର୍ମୀମାନେ ସହଯୋଗର ହାତ ବଢ଼େଇଥିଲେ । ଖବର ପାଇ ସମାଜସେବୀ  ଦିଲୀପ ପଣ୍ଡାଓ ତାଙ୍କ ସାଥି ରନ୍ଧା ଖାଦ୍ୟ  ପାକେଟ ଧରି ପହଁଚିଲେ ସେ ସ୍ଥାନକୁ । ପଥିକ ମାନକୁ ଦିଆଗଲା ରନ୍ଧା ଖାଦ୍ୟ ଓ ପାଖରେ ଥିବା ଜୟଗୁରୁ ମନ୍ଦିରର ଜଣେ ସହୃଦୟ ସଦସ୍ୟ ଯୋଗେଇଦେଲେ ପିଇବା ପାଣି । ଏହାର ସୂଚନା ପାଇଁ ସେଠାକୁ ପହଞ୍ଚିଥିଲେ ସାଇ ରାମ ସ୍ୱୟଂ ସହାୟକ ଗୋଷ୍ଠୀ ର କାର୍ଯ୍ୟକାର୍ତ୍ତ ଛବିଳ ବାଳା ମଲ୍ଲିକ ଓ ଅନିତା ଓରାମ ପଥିକ ମlନଙ୍କୁ ଦେଇଥିଲେ ମାସ୍କ । ତାପରେ ଗ୍ଲୋକୋଜ ଓ ଜରୁରୀ ଔଷଧ ଧରି ପହଞ୍ଚିଥିଲେ ଜୟବ୍ରତ ଦେ।

        ଆଜିର ଏହି ସେବା କାର୍ଯ୍ୟ ରେ ସାମିଲ ଥିଲେ ମଣ୍ଡଳ ସଭାପତି ସରୋଜ କୁମାର ଘଡେଇ,  କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି,   ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ  ଆରତୀଲତା ବରାଡ଼, ଯୁବ ମୋର୍ଚ୍ଚା ର ସୌମିତ୍ର ଜତି, ବିକାଶ ଭୋଇ, ପର୍ଶୁରାମ ପଣ୍ଡା, ପିଣ୍ଟୁ ଓରାମ, ଲୁନା ନାୟକ ପ୍ରମୁଖ । ଘଟଣା ସ୍ଥଳ କୁ ଉଭୟ ସଦର ଥାନା ଓ ଧନୁପାଲି ଥାନା ର ପୋଲିସ ଅଧିକାରୀ ପହଞ୍ଚି ସମସ୍ତ ବିବରଣୀ ସଂଗ୍ରହ କରିଥିଲେ ।

0
0
0
s2sdefault