ହେଡଲାଇନସ୍:

ଲୁଟର ଶିକାର ହୋଇ ଅଧାବାଟରେ ଯନ୍ତ୍ରଣା ଭୋଗୁଛନ୍ତି ପ୍ରବାସୀ ଓଡ଼ିଆ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତାମିଲନାଡୁରେ ଫସିଛନ୍ତି 48 ଓଡ଼ିଆ ଶ୍ରମିକ

ଘରକୁ ଫେରିବାକୁ 5 ହଜାର ଦେଇ କିଣିଥିଲେ ସାଇକେଲ

ଅଧା ବାଟରେ ଳୁଟିଲେ ଦୁର୍ବୁତ୍ତ, ଘରକୁ ନଫେରିଲେ ଆତ୍ମହତ୍ୟା ଚେତାବନୀ

ବୋୖଦ୍ଧ(ସିମୁନ୍ ନାଏକ) : ତାମିଲନାଡୁ କ୍ରିଷ୍ଣାଗିରି ଜିଲ୍ଲା ରେ ଫସି ରହିଛନ୍ତି 48 ଜଣ ଦାଦନ ଶ୍ରମିକ । ସେମାନେ ବୋୖଦ୍ଧ, ବରଗଡ଼, ନୂଆପଡ଼ା, ବଲାଙ୍ଗିର ଜିଲ୍ଲା ର ପ୍ରବାସୀ ଓଡ଼ିଆ । ମନ ରେ ଢେର ସାରା ଆଶା ରଖି  ଲଗଡାଉନ ବୃଦ୍ଧି କାରଣ ରୁ ସେମାନେ ନିଜେ 5 ହଜାର 50 ଟଙ୍କା ଦେଇ ଗୋଟିଏ ଗୋଟିଏ ସାଇକେଲ କିଣି ନିଜ ଘରକୁ ବାହାରି ଥିଲେ । ମାତ୍ର କିଛି ଦୂର ଯିବା ପାରେ କିଛି ଦୁର୍ବୁତ ସେମାନଙ୍କ ଠୁ ସାଇକେଲ ଓ ପଇସା ପତ୍ର ଲୁଟି ନେଇଥିଲେ । ଘରକୁ ଫେରିବା ବାଟ ବନ୍ଦ ହୋଇଯାଇ ଥିଲା । ପରେ ସେମାନେ ନିକଟସ୍ଥ ପୋଲିସ ଷ୍ଟେସନ କୁ ଯାଇ ଅଭିଯୋଗ କରିଥିଲେ ଵି ତାଙ୍କୁ ଜିଲ୍ଲାପାଳ ଙ୍କ ନିକଟ ରେ ଅଭିଯୋଗ କରିବା ପାଇଁ କୁହାଯାଇଥିଲା । ମାତ୍ର ସେମାନେ ରହୁଥିବା ସ୍ଥାନରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ 80 କିଲୋ ମିଟର । ତେଣୁ ସେମାନେ ଯିବେ କେମିତି । ସେମାନେ ଓଡିଶା ସରକାରଙ୍କୁ ତାଙ୍କୁ ଫେରାଇ ଆଣିବା ପାଇଁ ଗୁହାରି କରିଛନ୍ତି । ଘରକୁ ନଫେରିଲେ ଆତ୍ମହତ୍ୟା ଚେତାବନୀ ଦେଇଛନ୍ତି ।

0
0
0
s2sdefault