ହେଡଲାଇନସ୍:

ବୁଲେଟରେ ମହୁଲ  ଗଛରେ ପିଟିହୋଇ ଜଣେମୃତ ଏବଂ ଜଣେ ଗୁରୁତର

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :-ଆଜି ଅପରାହ୍ନ ୩ ସମୟ ପାଖାପାଖି ଧୁରୁଆଡ଼ିହି ଥାନା ଅନ୍ତର୍ଗତ ଲହଣ୍ଡାବୋଡ଼ ଗ୍ରାମ ପଞ୍ଚାୟତର୍ ଘଣ୍ଟିବୋଡ଼ ଗ୍ରାମର  ଗୋଟିଏ ବୁଲାଣିରେ ଭାରସାମ୍ୟ ହରାଇ ବୁଲେଟ ଆରୋହି ମହୁଳଗଛ ରେ ପିଟିହୋଇ ଥିଲେ | ପ୍ରାପ୍ତ ସୂଚନାରୁ ଯାହା ଜଣାପଡିଛି ସେମାନେ ସଦରବ୍ଲକ ଅନ୍ତର୍ଗତ ବଡ଼ବାହଲ ଗ୍ରାମର ହେମନ୍ତ ପଟେଲ ଏବଂ ଦେବେନ୍ଦ୍ର ନାଏକ ସେମାନେ କୌଣସି କାମରେ ଘଣ୍ଟିବୋଡ଼ ଗ୍ରାମରୁ ସାଲେପାଲି ବିରବିରା ଗ୍ରାମ ଆଡକୁ ଯାଉଥିଲେ  |   ଯାହା ଜଣାପଡିଛି ସେଥିରୁ ଜଣେ ଢାଵା ମାଲିକ ବୋଲି ସେମାନଙ୍କ ପିଟି ହୋଇ ରାସ୍ତାରେ ପଡିରହିଥିବା ଦେଖି ଗ୍ରାମବାସୀ ତୁରନ୍ତ ଦୌଡ଼ି ଆସି ୧୦୮  ଆମ୍ବୁଲାନ୍ସକୁ ଫୋନକରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ | ଦୁଇଟି ଆମ୍ବୁଲାନ୍ସ ସାହାଯ୍ୟରେ ସେମାନଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତର ଖାନାକୁ ଅଣାଯାଇଥିଲା | ହେମନ୍ତଙ୍କୁ ଡାକ୍ତର ଚିକିତ୍ସିତ କରି  ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି  |

 

0
0
0
s2sdefault