ହେଡଲାଇନସ୍:

ହାଟଡିହି ଆଦର୍ଶ ବିଦ୍ୟାଳୟରେ ଅସ୍ଥାୟୀ କୋଭିଡ ମେଡିକାଲ କ୍ୟାମ୍ପ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାଟଡିହି(ମକରଧ୍ବଜ ଜେନା) -ବାହାର ରାଜ୍ୟ ଫେରନ୍ତା ଙ୍କୁ ନେଇ ଜିଲ୍ଲା ପ୍ରଶାସନ ର ତତପରତା ପ୍ରକାଶ ପାଇଛି | ତେଣୁ ସେମାନଙ୍କୁ ଥଇଥାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି. କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ରେ ଥିବା ଆଦର୍ଶ ବିଦ୍ୟାଳୟରେ ଅସ୍ଥାୟୀ କୋଭିଡ ମେଡିକାଲ କ୍ୟାମ୍ପ ଖୋଲିବ |  ଚଳିତ ମାସ ଗତ 27 ତାରିଖ ସୋମବାର ହାଟଡିହୀ ବ୍ଲକ ତରଫରୁ ଚିଠି ନମ୍ବର 1401 ରେ ଉକ୍ତ କ୍ୟାମ୍ପ ଖୋଲିବା ଲାଗି ନିର୍ଦେଶ ହୋଇଛି | ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି. ମଙ୍ଗଳବାର ବ୍ଲକ ପ୍ରଶାସନ କର୍ମଚାରୀ ଓ ସରପଞ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି. ବିଦ୍ୟାଳୟ ର ଅଧକ୍ଷ ଙ୍କ ସହ ଆଲୋଚନା କରି ବିଭିନ୍ନ ପରିସ୍ଥିତି କୁ ଅନୁଧ୍ୟାନ କରିଛନ୍ତି | ଜମ୍ଭୀରା ସରପଞ୍ଚ ଆଶାଲତା ସା, ଢେଙ୍କା ସରପଞ୍ଚ ନିମାଇ ସାମଲ, ଜିଆରଏସ ମଧୁଛନ୍ଦା ଗିରି, ସୁରେଶ ସେଠି, ପ୍ରଫୁଲ୍ଲ ମାଝୀ,ପିଇଓ ନରହରି ନାୟକ ପ୍ରମୁଖ ବିଦ୍ୟାଳୟ ର ଅଧକ୍ଷ ସହ ଆଲୋଚନା କରିଛନ୍ତି. ବିଦ୍ୟାଳୟ ର 24 ଟି ଗୃହ କୁ ସ୍ଥିରିକୃତ କରାଯାଇଛି | 

 

0
0
0
s2sdefault