ହେଡଲାଇନସ୍:

ଟିଟିଲାଗଡ ପୋଲିସ ଦ୍ଵାରା ମଦ ଓ ମହୁଲ ଫୁଲ ଜବତ :  ଜଣେ ଗିରଫ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ (ଗୌରବ ଦର୍ଜୀ):  ଦେଶ କୋରୋନା ସଙ୍ଗେ ଲଢ଼ୁଛି। ଡକ୍ଟର, ନର୍ସ, ପୋଲିସ୍ , ସଫେଇ କର୍ମଚାରୀ ସମସ୍ତେ କୋରୋନା ଯୋଦ୍ଧା ସାଜିଛନ୍ତି। ପୁରା ଦେଶ କୁ ତାଲାବନ୍ଦ ଘୋଷଣା କରାଯାଇଛି। କିଛି କିଛି ସ୍ଥାନ କୁ ସମ୍ପୁର୍ଣ୍ଣ ଭାବରେ ବନ୍ଦ୍ କରାଯାଇଛି। ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି ଘରୁ ବାହାର କୁ ନ ବାହାରିବା ପାଇଁ। ଦୋକାନ ବଜାର ବନ୍ଦ୍ କରାଯାଇଛି। ଟିଟିଲାଗଡ ରେ ମଧ୍ୟ ପ୍ରଶାସନ କଡାକଡି କରିଛନ୍ତି। ସକାଳ ର ୭ ଟା ରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଦୋକାନ ଖୋଳା ରଖିବା ପାଇଁଁ ସ୍ଥିର କରିଛନ୍ତି। ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ୍ ବ୍ୟବହାର କରିବା ବାଧ୍ୟତାମୂଳକ କରିଛନ୍ତି। ସମସ୍ତ ପ୍ରକାର ନିଶା ଦ୍ରବ୍ୟ କୁ ଆଇନ୍ ଗତ ଭାବେ ବନ୍ଦ୍ କରିଛନ୍ତି। ଟିଟିଲାଗଡ ରେ ଥିବା ସମସ୍ତ ମଦଭାଟି କୁ ସିଲ୍ କରାଯାଇଛି। ସମସ୍ତ ବିଦେଶୀ ମଦ ଦୋକାନ କୁ ସରକାର ସିଲ୍ କରିଛନ୍ତି। ଇତି ମଧ୍ୟ ରେ ଅନେକ ଅଭଦ୍ର ଲୋକ ସରକାରଙ୍କ ଆଇନ୍ ଆଖିକୁ ଧୂଳି ଦେଇ ନିଜର ଅମାନୁଶକିତ କାର୍ଯ୍ୟ କରୁଛନ୍ତି। ଟିଟିଲାଗଡ ର ପାଖାପାଖି ଥିବା ଜଙ୍ଗଲ ରେ ଅନେକ ବ୍ୟକ୍ତି ମଦ ତିଆରି କରିବାରେ ଲିପ୍ତ ରହୁଛନ୍ତି। ଅନେକ ବିଷାକ୍ତ ଦ୍ରବ୍ୟ ଯଥା ମହୁଲ ଫୁଲ, ଆଇଡିକ୍ସ  , ଭୋଲୁମ୍-୧୦ ପରି ଅନେକ ଦ୍ରବ୍ୟ ବ୍ୟବହାର କରୁଛନ୍ତି। କିଛି ଦିନ ଆଗରୁ ବୁର୍ଡି ପଡା ଜଙ୍ଗଲ ରେ ଟିଟିଲାଗଡ ପୋଲିସ୍ ୭୧ ଲି ମଦ ଜବତ କରିବା ସହ ୧୧ ଜଣ ଙ୍କୁ ଗିରଫ କରିଥିଲା। କିନ୍ତୁ ଏହା ପରେ ମଧ୍ୟ ମଦ ତିଆରି କରି ଲୁଚି ଲୁଚି ବିକ୍ରି କରିବା ବନ୍ଦ୍ ହୋଇ ନାହିଁ। ଆଜି ସକାଳେ ଟିଟିଲାଗଡ ନିକଟସ୍ଥ ଖାସ୍ ମୁଣ୍ଡା ଗାଁ ରୁ ଜଣେ ବ୍ୟକ୍ତି  କୁ ୮୦ କି.ଗ୍ରା. ର ମହୁଲ ଫୁଲ ଓ ୧୮ ଲି. ଦେଶୀ ମଦ  ସହିତ ଗିରଫ କରିଛି। ବ୍ୟକ୍ତି ଜଣ କ ହେଉଛି ଖାସ୍ ମୁଣ୍ଡା ଗାଁ ର କୌତୁକ ବିଶି , ବାପାଙ୍କ ନାଁ ଉପେନ୍ଦ୍ର ବିଶି , ବୟସ ୨୭ ବର୍ଷ । ଟିଟିଲାଗଡ ପୋଲିସ୍ କେସ ନମ୍ୱର୍ ୧୫୨/୨୦୨୦ ରେ କେସ ଦର୍ଜ୍ କରିଛି। ଏହାକୁ ଗିରଫ କରିବା ପାଇଁ ଟିଟିଲାଗଡ ପୋଲିସ୍ ଷ୍ଟେସନ ର ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ମହାନ୍ତି  ଙ୍କ ଅଧ୍ୟକ୍ଷତା ରେ SI ମନୋଜ ମୁଣ୍ଡା , ହବଲଦାର ଅରବିନ୍ଦ ଖମର୍, ପ୍ରିତମ ପୁଝାରୀ, ଗଣେଶ କଲାକୁରା,ରାଜା ମାଝୀ, ଟିକୁ କିଶାନି ଓ ବରୁଣ ସାହୁ  ଏକ ଦଳ ଗଠନ କରି ଗିରଫ କରିଥିଲେ।

0
0
0
s2sdefault