ହେଡଲାଇନସ୍:

ସଙ୍ଗରୋଧ କେନ୍ଦ୍ର ଅନୁଧ୍ୟାନ କଲେ ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ(ଶାସକ ପ୍ରଶାସକ) :- ଆସନ୍ତା କିଛି ଦିନ ମଧ୍ୟରେ ଅନ୍ୟ ରାଜ୍ୟରେ ରହୁଥିବା ଶ୍ରମିକ ଶ୍ରେଣୀର ଲୋକମାନେ ନିଜ ନିଜ ଘରକୁ ବା ଗ୍ରାମକୁ ଫେରିବେ । ସେମାନେ ନିଜ ଅଞ୍ଚଳକୁ ଫେରିବା ପରେ ପ୍ରଥମେ 14 ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ । ଏଥିପାଇଁ ରାଜ୍ୟ ସରକାର ପ୍ରତ୍ୟେକ ପଂଚାୟତ ରେ ଯୁଦ୍ଧସ୍ଥାରରେ ପ୍ରସ୍ତୁତି ଚଳାଇଛନ୍ତି । ବାହାର ରାଜ୍ୟ ରୁ ଫେରୁଥିବା ଲୋକଙ୍କ ପାଇଁ ପାଇକମାଲ ବ୍ଲକର ବାଇଶି ଗୋଟି ପଂଚାୟତରେ ମୋଟ 67 ଗୋଟି ସଙ୍ଗରୋଧ କେନ୍ଦ୍ରର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଛି ସରିଛି  । ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ ଜିଲ୍ଲାର ଅନ୍ୟ ବ୍ଲକ ତୁଳନାରେ ପାଇକମାଲ କୁ ସର୍ବାଧିକ ଲୋକ ଆସିବାର ସମ୍ଭାବନା ରହିଛି ।

     ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ପାଇକମାଲ ବ୍ଳକର ବରତୁଣ୍ଡା , ମାଣ୍ଡୋସିଲି , ମିଠାପାଲି , ପାଇକମାଲ , କେରମେଲାବାହାଲ , ଓ ପଲସଦା ଆଦି ଗ୍ରାମପଞ୍ଚାୟତ ରେ ତିଆରି କରାଯାଥିବା ସଙ୍ଗରୋଧ କେନ୍ଦ୍ର ଗୁଡିକ ବୁଲି ଦେଖିଥିଲେ । ଏହି ପଂଚାୟତ ଗୁଡିକରେ ପ୍ରସ୍ତୁତି ସାରିଯାଇଛି  । ମୁଖ୍ୟତଃ ଉପଜିଲ୍ଲାପାଳ କେନ୍ଦ୍ରର ସଫେଇ ପ୍ରତି ଗୁରୁତ୍ୱ ଦେବା ସହିତ ଲଗାତାର ଭାବରେ କେନ୍ଦ୍ର ରେ ସଫେଇ କାମ କରେଇବା ପାଇଁ ନିର୍ଦେଶ ଦେଇଥିଲେ । ଉପଜିଲ୍ଲାପାଳ ଙ୍କର ସହିତ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , DSP ଶ୍ରୀ ଦିନେଶ ନାଏକ , BDO ଶ୍ରୀ ସୃରେନ୍ଦ୍ର ମେହେର , ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault