ହେଡଲାଇନସ୍:

ବରଗଡ଼ ଜିଲ୍ଲା ତୈଳିକ ବୈଶାଖ ସମାଜ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପଦ୍ମପୁର  - କରୋନା ମୁକାବିଲା ପାଇଁ ବରଗଡ଼ ଜିଲ୍ଲା ତୈଳିକ ବୈଶାଖ ସମାଜ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ  ୨୧ ହଜାର ଟଙ୍କାର ବ୍ଯାଙ୍କ ଡ୍ରାଫ୍ଟ ପଦ୍ମପୁର ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ଉପସ୍ଥିତିରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମାଧ୍ୟମରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ପ୍ରଦାନ କରିଛନ୍ତି  । ଏହି ସମୟରେ ତୈଳିକ ବୈଶ୍ଯ ସମାଜ ସଭାପତି ମନୋ ରଞ୍ଜନ ସାହୁ, ସଂପାଦକ ପରେମେଶ୍ବର ସାହୁ, କୋଷାଧ୍ୟକ୍ଷ ବେଣୁଧର ସାହୁ, ପଦ୍ମପୁର ବ୍ଲକ ସଭାପତି ଦିନେଶ୍ବର ସାହୁ,ମାର୍କେଣ୍ତୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ  । ଏହି ମହତ୍ କାର୍ଯ୍ୟ ପାଇଁ ବିଧାୟକ ସମସ୍ତଙ୍କୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି  ।

0
0
0
s2sdefault