ହେଡଲାଇନସ୍:

ଗଣମାଧ୍ୟମ ପାଇଁ ଲକ୍ଷ୍ମଣ ରେଖା : ଯିବେନି ଷ୍ଟେସନ ଚେକ ପଏଣ୍ଟ ବା ସଙ୍ଗରୋଧ କେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର( ଶାସକ ପ୍ରଶାସକ )  ରାଜ୍ୟ ବାହାରୁ ଆସିଛନ୍ତି ଓ ଆସୁଛନ୍ତି ପ୍ରବାସୀ ଓଡ଼ିଆ | ସେମାନେ ରହିବେ ସଙ୍ଗରୋଧ କେନ୍ଦ୍ରରେ | ସେମାନେ ଆସି ରେଳ ଷ୍ଟେସନରୁ  ବା ଚେକ ପଏଣ୍ଟରୁ  ସଙ୍ଗରୋଧ କେନ୍ଦ୍ରକୁ ଯିବେ | ହେଲେ ଗଣମାଧ୍ୟମ ପାଇଁ ସରକାର ପାଇଁ ଟାଣିଛନ୍ତି ଲକ୍ଷ୍ମଣରେଖା | ନିରାପତ୍ତା ଦୃଷ୍ଟିରୁ ଗଣମାଧ୍ୟମର ପ୍ରତିନିଧି ମାନେ ରେଳ ଷ୍ଟେସନରୁ  ବା ଚେକ ପଏଣ୍ଟକୁ ଯିବେ ନାହିଁ | ଏପରିକି  ସଙ୍ଗରୋଧ କେନ୍ଦ୍ରକୁ ମଧ୍ୟ ନ ଯିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି ଆଶଙ୍କିତ ସଂକ୍ରମଣକୁ ଦୃଷ୍ଟିରେ ରଖି | ତେଣୁ  ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ  ଏ ସମ୍ବେଦନଶୀଳ ପ୍ରସଙ୍ଗରେ ଗଣମାଧ୍ୟମ ଗୁଡିକ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି | ଆବଶ୍ୟକ ଖବର ଫୋଟୋ ସୂଚନା ଲୋକ ସମ୍ପର୍କ ପକ୍ଷରୁ ଗଣାମାଧ୍ୟମଙ୍କୁ ପ୍ରେରଣା କରାଯିବ ବୋଲି ଏକ ପତ୍ରରେ ସୂଚନା ଲୋକସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସୂଚନା ଦେଇଛନ୍ତି |  

0
0
0
s2sdefault