ଚାଲିଗଲେ ଇରଫାନ, ପାୱାରଫୁଲ ଅଭିନୟ ପାଇଁ ମନେ ରହିବେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅମିତାଭ କହିଲେ : "ସହୃଦ ସହକର୍ମୀ, ବିଶାଳ ଶୂନ୍ୟତା ସୃଷ୍ଟି କରିଦେଲେ ଇରଫାନ"

ମୁମ୍ବାଇ: ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବଲିଉଡର ପାୱାରଫୁଲ ଅଭିନେତା ତଥା ଅଭିନୟ କ୍ଷେତ୍ରରେ ନିଜର ସ୍ୱାତନ୍ତ୍ର୍ୟ ପାଇଁ ନିଆରା ସ୍ଥାନ ହାସଲ କରିଥିବା ଇରଫାନ ଖାନ । ନ୍ୟୁରୋକ୍ରାଇନ ଟ୍ୟୁମରରେ ଗତ କିଛିଦିନ ଧରି ପୀଡିତ ଥିବା ଇରଫାନଙ୍କ ସ୍ୱାସ୍ଥ୍ୟ ବିଗିଡି ଯିବାରୁ ତାଙ୍କୁ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ଦେହାନ୍ତ ଘଟିଛି ।ତାଙ୍କୁ 54 ବର୍ଷ ହୋଇଥିଲା । ଏ ବିଷୟରେ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ପରିବାର ବର୍ଗଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି '" ଇରଫାନ ସବୁବେଳେ କହୁଥିଲେ '  ମୁଝେ ଭରୋସା ହେ, ମେନେ ଆତ୍ମସମର୍ପଣ କର ଦୀୟା ହେ'। 2018ରୁ କ୍ୟାନ୍ସରରେ ପୀଡିତ ହେବା ପରେ ସେ ନିଜ ନୋଟ ରେ ଏ ବିଷୟ ଉଲ୍ଲେଖ କରିଥିଲେ । ସେ ବହୁତ କମ କଥା କହୁଥିଲେ । କଥା ହେବା ପାଇଁ ଆଖିର ଅଧିକ ବ୍ୟବହାର କରୁଥିଲେ " ଇରଫାନଙ୍କ ଦେହାନ୍ତ ଖବର ପ୍ରଥମେ ଫିଲ୍ମ ମେକର ସୁଜିତ ସରକାର ଦେଇଥିଲେ ।

ସୁପରଷ୍ଟାର ଅମିତାଭ ବଚନ ଇରଫାନ ଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ଏହା କହିଛନ୍ତି "  ଇରଫାନଙ୍କ ଦେହାନ୍ତ ଏକ ଦୁଖଦ ଓ ବ୍ୟଥିତ କଲାଭଳି ଖବର | ଅତୁଳନୀୟ ପ୍ରତିଭା....ସହୃଦ ସହକର୍ମୀ....ସିନେମା ବିଶ୍ୱ ପାଇଁ ଉତ୍କୃଷ୍ଟ ଅବଦାନ ରଖିଥିବା ଅଭିନେତା ଏତେ ଶୀଘ୍ର ଆମକୁ ଛାଡି ଚାଲିଗଲେ | ଏକ ବିଶାଳ ଶୁନ୍ୟତା ସୃଷ୍ଟି କରିଦେଲେ | ତାଙ୍କ ପାଇଁ ମୋର ପ୍ରାର୍ଥନା ଓ ଦୁଆ "  

0
0
0
s2sdefault