ହେଡଲାଇନସ୍:

କରୋନା ଯୁଦ୍ଧ :  ନିଷ୍ଠାର ସହ ସାମାଜିକ ଉତ୍ତରଦାୟିତ୍ୱ ତୁଲାଇ ଚାଲିଛି ନିଷ୍ଠା ପରିବାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ(ଶାସକ ପ୍ରଶାସକ)  :- କୋରୋନା ମହାମାରୀ ପାଇଁ ଆଜି ଦେଶ ସାରା ଲକଡାଉନ । ଯାହାଫଳରେ ମୁଖ୍ୟତଃ ରାସ୍ତାରେ ଯିବାଆସିବା କରଥିବା ଯାନବାହନ  ଚାଳକ , ଡାକ୍ତରଖାନା ମାନଙ୍କରେ ରହୁଥିବା ରୋଗୀ ଓ ସେମାନଙ୍କର ସହିତ ରହୁଥିବା ଲୋକଙ୍କ ଖାଇବା ପାଇଁ ବହୁତ ଅସୁବିଧା ହେଉଥିବାର ଦେଖିବାକୁ ମିଳୁଛି । ଯଦିଓ ରାସ୍ତା କଡରେ କିଛି ଢ଼ାବା ଖୋଲା ରହୁଛି ତେବେ ବି ଅସୁବିଧା ତ ହେଉଛି । ଏହି ଅସୁବିଧା କୁ ଅନୁଭବ କରି ବରଗଡ଼ ନିଷ୍ଠା ପରିବାର ତରଫରୁ ଆଜକୁ ୧୩  ଦିନଧରି ବରଗଡ଼ ତଥା ବୁର୍ଲା ର ବିଭିନ୍ନ ସ୍ଥାନରେ ଡ୍ରାଇଭର ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଙ୍କର ପାଇଁ ରନ୍ଧା ଖାଦ୍ୟ ଓ ଜଳଖିଆର ବ୍ୟବସ୍ଥା କରାଯାଉଛି । ବରଗଡ଼ ସ୍ଥିତ ବିକାଶ ହସ୍ପିଟାଲ ଛକ ରେ ନିଷ୍ଠା ପରିବାର ତରଫରୁ ଅମ୍ବୁଲେନସ ଏବଂ ଟ୍ରକ ଡ୍ରାଇଭର ତଥା ସହଯୋଗୀ ମାନଙ୍କୁ ଦିନ ବେଳା ର ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ବୁର୍ଲା ରେ ମଧ୍ୟ ରୋଗୀ ତଥା ସେମାନଙ୍କର ସହାୟକ ମାନଙ୍କୁ  ଟିଫିନ ପାଇଁ ନାହିଁ ନଥିବା ହଇରାଣ ହେଉଥିବା ବେଳେ ନିଷ୍ଠା ଚାରି ଦିନ ହେଲା ସକାଳ ୭ଟାରୁ ଟିଫିନ ର ବ୍ୟବସ୍ଥା କରୁଛି। ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ ନିଷ୍ଠା ପରିବାର ଆରମ୍ଭରୁ ଜନସେବା କ୍ଷେତ୍ରରେ  ରକ୍ତ ଦାନ,କରୋନା ସଚେତନତା,ଗାଁ ଗାଁ ରେ ମାସ୍କ ବଣ୍ଟନ କରି ଆସୁଛି,। ସବୁଠାରୁ ବଡ ଓ ପ୍ରଶଂସନୀୟ କଥା ହେଉଛି ଯେ ନିଷ୍ଠା ପରିବାର ଅଚିହ୍ନା ଅଜଣା ଲୋକଙ୍କର ମୃତଦେହର ସମ୍ପୂର୍ଣ୍ଣ ରୀତିନୀତିରେ ଶବ ସଂସ୍କାର ମଧ୍ୟ କରୁଛି  ନିଷ୍ଠା ପରିବାର ର ମହତ କାର୍ଯକୁ ନିଶ୍ଚିତ ଭାବରେ ପ୍ରଶଂସନୀୟ ଓ ଅନ୍ୟ ମାନଙ୍କ ପାଇଁ ନିଶ୍ଚିତ ଭାବରେ ପ୍ରେରଣା ଦାଇ ଏଥିରେ ସନ୍ଦେହ ନାହିଁ ।

 

0
0
0
s2sdefault