ହେଡଲାଇନସ୍:

କଟକ ମେଡିକାଲରୁ ଫେରିଥିବା ୫ ଜଣଙ୍କୁ  ହୋମ କ୍ବାରେଣ୍ଟାଇନରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଙ୍ଗୋମୁଣ୍ଡା(ଖଗପତି)-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ତୁରେକେଲା ପଞ୍ଚାୟତ ସାନଗମଡା ଗାଁ କୁ ଫେରିଥିବା ୫ଜଣକୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି । ଦୁଇ ମାସ ତଳେ  ସାନଗମଡା ଗ୍ରାମ ର ୫ ଜଣଙ୍କ ମଧ୍ୟରୁ ଜଣେ ମହିଳା ଦୁଇ ଜଣ ପୁରୁଷ ଓ ଦୁଇ ଜଣ ଶିଶୁ କନ୍ୟା ଚିକିତ୍ସା ଉଦ୍ଦେଶ୍ୟରେ କଟକ ବଡ଼ ମେଡିକାଲକୁ ଯାଇଥିଲେ । ତେବେ ଲକଡାଉନ ଯୋଗୁଁ ଘରକୁ ଫେରି ପାରି ନ ଥିଲେ । ସେଠାକାର ଜିଲ୍ଲାପାଳଙ୍କ ପାସ ସହାୟତାରେ ଏକ ଆମ୍ବୁଲାନ୍ସ ଗାଡ଼ି ଯୋଗେ ଗତ ଶନିବାର ଦିନ ସକାଳ ୧୦ଟାରେ ସାନଗମଡାକୁ ପହଁଚି ଥିଲେ । ଖବର ପାଇ ସ୍ଥାନୀୟଲୋକ ଓ ସରପଞ୍ଚ ଅର୍ଜୁନ ସୁନା ତହସିଲଦାର ଗୁଣମନୀ ସୁନାନି ସେମାନଙ୍କୁ ଭେଟି ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ  ପରାମର୍ଶ ଦେଇଥିଲେ । ତେବେ ସେମାନେ ସାମାଜିକ ଦୂରତା ବଜାୟ ରଖି ଘରେ ରହିବା ପାଇଁ ପର୍ଯ୍ୟାପ୍ତ ସ୍ଥାନର ଅଭାବ ଯୋଗୁଁ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ରଖାଯାଇଛି । ସେମାନଙ୍କୁ ଖାଇବା ପିଇବା ପାଇଁ ସାନଗମଡାର ୩ଟି ସ୍ୱୟଂ ସହାୟକ ମହିଳା ମାନେ ମାଁ ଅମ୍ବିକା, ଶିବଶକ୍ତି,ମାଁ ଦୁର୍ଗା ର ସଭାନେତ୍ରୀ ସମ୍ପାଦିକା ଉପସ୍ଥିତ ହୋଇ ୩୦ କିଲୋ ଚାଉଲ ସହିତ ସମସ୍ତ ପନିପରିବା ଦେଇଛନ୍ତି |

0
0
0
s2sdefault