ଅଣ୍ଡା ଖାଇବାକୁ ଆସି ଧରାପଡିଲା ୬ଫୁଟିଆ ନାଗସାପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଅଣ୍ଡା ଚୋରାଇ ଖାଇବାକୁ ଆସିଥିବା ବେଳେ ଧରାପଡିଲା ୬ ଫୁଟିଆ ନାଗସାପ । ଏମିତି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ କାଠଶିରିଷି ଗାଁର କାହ୍ନୁଚରଣ ମିଶ୍ରଙ୍କ ଘରେ । କାହ୍ନୁଚରଣଙ୍କ ଘର ପାର୍ଶ୍ଵରେ  ରହିଥିବା କୁକୁଡା ଭାଡିରେ ଆଜି ଏହି ନାଗ ସାପଟି ପଶିଥିବା ସମୟରେ ଜଣେ ଅଭିଜ୍ଞ ସାପ ଧରାଳିକୁ ଡାକି ଉଦ୍ଧାର କରାଯାଇଛି । ସାପଟି ପୁର୍ବରୁ ଏଠାକୁ ଆସି ଏକ ଗାତ ମଧ୍ୟରେ ରହି ଲୁଚି କୁକୁଡ଼ା ଅଣ୍ଡା ଖାଉଥିଲା । ତେବେ ଆଜି ୨ଟି କୁକୁଡ଼ା ମରି ପଡିଥିବା ସହ ନାଗ ସାପଟି ଅଣ୍ଡା ଖାଉଥିବା ଦୃଶ୍ୟ ଗୃହ ମାଲିକଙ୍କ ନଜରକୁ ଆସିଥିଲା । ଏହାପରେ ତୁରନ୍ତ ସାପ ଧରାଳିଙ୍କୁ ଖବର ଦେବାପରେ ସାପଟି ଧରାପଡ଼ିଥିଲା ।  ସାପଟିକୁ ଉଦ୍ଧାର କରାଯିବା ପରେ  ଜଙ୍ଗଲ ନାଧ୍ୟରେ ଛାଡିଦେଇଥିବା ଜଣାପଡିଛି ।

0
0
0
s2sdefault