ହେଡଲାଇନସ୍:

ପଂଚାୟତକୁ ଭୁତାଣୁ ଆତଙ୍କ ମୁକ୍ତ ରଖିବାକୁ ଅଂଟା ଭିଡିଛନ୍ତି କୋରୋନା ଯୋଦ୍ଧା ଯମୁନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବେଲପଡା/ବନମାଳୀ ନାଏକ: ଧୁମାଭଟା-ସାରା ଭାରତ ବର୍ଷରେ କୋରୋନା ମହାମାରୀ ନିଜ କାୟା ବିସ୍ତାର କରିଚାଲିଛି ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇକି ମୁଖ୍ୟମନ୍ତ୍ରୀ  ତତ୍ ସହିତ ସରପଞ୍ଚମାନେ ମଧ୍ୟ ଏ କୋରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିବା ଦେଖାଯାଉଛି ଏବଂ ନିଜ ପଞ୍ଚାୟତ କୁ ୧ ନଂ କୋରୋନା ଫ୍ରୀ ଅଞ୍ଚଲ କରିବା ପାଇଁ ଆଖି ଦୃଶିଆ ପଦକ୍ଷେପମାନ ଗ୍ରହଣ କରୁଛନ୍ତି |

ଆଜି ଆମେ ଉଦାହରଣ ସ୍ୱରୁପ ବେଲପଡ଼ା ବ୍ଲକର ଧୁମାଭଟା ପଞ୍ଚାୟତ କି ନେଉଛୁ ଯେଉଁଠି କୋରୋନା ମୁକାବିଲାର ମଙ୍ଗ ଧରିଛନ୍ତି ଧୁମାଭଟା ସରପଞ୍ଚ ଶ୍ରୀମତି ଯମୁନା ରଣା |  ଶ୍ରୀମତି ରଣା ଜଣେ ଉଚ୍ଚଶିକ୍ଷିତା ମହିଲା ନେତ୍ରୀ ହୋଇଥିବାରୁ ତାଙ୍କ ରଣ କୌଶଲ ସମସ୍ତଙ୍କ ଠାରୁ ଭିନ୍ନ ଜଣାପଡ଼ୁଛି | ଗୋଟାଏ ମିଶନ ହେଉଛି ପଂଚାୟତରେ କରୋନା ପୁରାଇ ନଦେବା ପାଇଁ ପ୍ରାଣପଣ ଉଦ୍ୟମ କରାଯିବ |  ବେଲପଡ଼ା ବ୍ଲକର ଏକ ନଂ ପଞ୍ଚାୟତ ଭାବେ ଧୁମାଭଟା ନିଜର କ୍ୱାରେଣ୍ଟାଇନ୍ ୱାର୍ଡକୁ ପ୍ରସ୍ତୁତ କରି ରଖିଛି |ଏଠାରେ ୩୦୦ ବେଡ଼ ବିଶିଷ୍ଟ ଏକ ହଲ୍ ପ୍ରସ୍ତୁତ୍ ହେଇ ରହିଛି ଯେମିତି  ଦାଦନ ଶ୍ରମିକ ମାନେ ବାହାର ରାଜ୍ୟ ରୁ ଫେରିଲେ କୌଣସି ଅସୁବିଧା ହେବନାହିଁ | ସୁଚନା ଅନୁସାରେ ଧୁମାଭଟା ପଞ୍ଚାୟତରୁ କେବଲ ୧୫୦୦ ଲୋକ ବାହାର ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି ତେଣୁ ଶ୍ରୀମତି ରଣା ଆଗୁଆ ପଦକ୍ଷେପ  ସବୁ ଗ୍ରହଣ କରିଥିବା କହିଛନ୍ତି | ଧୁମାଭଟା ପଞ୍ଚାୟତରେ ମାସ୍କ ବଣ୍ଟନ ରନ୍ଧାଖାଦ୍ୟ ବଣ୍ଟନ ସେନିଟାଇଜ୍ କାମ ଇତ୍ୟାଦି ଜୋର୍ ସୋର୍ ରେ ଚାଲୁଛି |  ମହିଳା ସରପଞ୍ଚ ଶ୍ରୀମତୀ ରଣାଏସବୁ କାମ ଦେଖି ଶ୍ରୀମତି ରଣା ଙ୍କୁ ଅଞ୍ଚଲବାସି ଧନ୍ୟବାଦ ଜଣେଇଛନ୍ତି

 

0
0
0
s2sdefault