ସରକାରୀ ଟଙ୍କା ବ୍ୟକ୍ତିଗତ ଆକାଉଣ୍ଟରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁଇ ଜଣ କର୍ମଚାରୀ ନିଲମ୍ବିତ, ୬ ଜଣଙ୍କ କର୍ମଚାରୀ ନାମରେ ଥାନାରେ ମାମଲା 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ୨୦୧୬-୧୭, ୧୭-୧୮ ଓ ୧୯-୨୦ ଆର୍ଥିକ ବର୍ଷରେ ହିତାଧିକାରୀମାନଙ୍କ ଭତ୍ତା ଟଙ୍କା   ବେଣୁଧର ମହାନ୍ତଙ୍କ  ବ୍ୟାଙ୍କ ଅଫ ଇଣ୍ଡିଆ ଵ୍ୟକ୍ତିଗତ ଆକାଉଣ୍ଟ ୫୪୬୫୧୦୧୧୦୦୦୭୯୪ରେ ୫ କୋଟି ୭୭ ଲକ୍ଷ ୯୨ ହଜାର ୪୬୫ ଟଙ୍କା ଜମା ହେବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି l ଏବିଷୟରେ ଗତ    ଶନିବାର ବିଧିବଦ୍ଧ ଭାବେ ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ ଠାକୁରମୁଣ୍ଡା ଥାନାରେ ଏତଲା ଦାଏର କରିଛନ୍ତି l ଜିଲ୍ଲାପାଳଙ୍କ ବିନୀତ ଭରଦ୍ବାଜଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକର ତତ୍କାଳୀନ ଏବିଡ଼ିଓ ପାଶକେଲ କିର, ବିଏସଏସ ଗୋପୀନାଥ ସୟ, ଆକାଉଣ୍ଟଧାରୀ ବେଣୁଧର ମହାନ୍ତ ଏବଂ ବ୍ୟାଙ୍କ ଅଫ ଇଣ୍ଡିଆର  ତତ୍କାଳୀନ ଶାଖା ପରିଚାଳକ ଶ୍ରୀ କାଣ୍ଡେଙ୍କେଲ ଏହିପରି ମୋଟ ୬ ଜଣଙ୍କ ନାମରେ ଏତଲା ଦାଏର ପରେ ମୋକଦ୍ଦମା ରୁଜୁ ହୋଇଛି l ଠାକୁରମୁଣ୍ଡା ଥାନା କେଶ ନଂ ୪୮ ମୁତାବକ ତଦନ୍ତ ଆରମ୍ଭ ହୋଇଛି l ତଦନ୍ତର ପ୍ରାଥମିକ ପର୍ଯ୍ୟାୟରେ ଆକାଉଣ୍ଟଧାରୀ ବେଣୁଧରକୁ ଥାନାକୁ ଆଣି ପଚରା ଉଚରା ଆରମ୍ଭ ହୋଇଛି l  ତଦନ୍ତର ଗତି କୁଆଡେ ଯାଉଛି ତାହା ଦେଖିବାକୁ ବାକି ରହିଲା ।

0
0
0
s2sdefault