ସଂଗରୋଧ ୱାର୍ଡ ବୁଲି ପ୍ରସ୍ତୁତି ଅନୁଧ୍ୟାନ କଲେ ବିଧାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ ରୁ ବିମଳ କୁମାର ବାଗ :କରୋନା ଭୟାଭୟତାକୁ ଦେଖି କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ତାଲାବନ୍ଦ ପଡିଛି। ସଙ୍କଟର ସମୟରେ ଡାକ୍ତର, ପୋଲିସ, ସାମ୍ବାଦିକ, ସ୍ବେଚ୍ଛାସେବୀ, ବିଦ୍ୟୁତ ବିଭାଗ କର୍ମଚାରୀ, ସଫେଇ କର୍ମଚାରୀ ଓ ସାଂସଦ, ବିଧାୟକମାନେ କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି। ଜଣେ ଲୋକପ୍ରିୟ ଜନ ପ୍ରତିନିଧି ଭାବେ ପରିଚିତ ତଥା ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ଆସିଥିବା  ପାଟଣାଗଡ  ବିଧାୟକ ସରୋଜ ମେହେର ମଧ୍ୟ କରୋନା ମୁକାବିଲା ପାଇଁ ଅଣ୍ଟା ଭିଡି ଥିବା ଦେଖିବାକୁ ମିଲିଛି | ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବିଧାୟକ  ଶ୍ରୀ  ମେହେର ରବିବାର ଦିନ  ବେଲପଡା ବ୍ଲକ୍ ଅନ୍ତର୍ଗତ ଘାଗୁର୍ଲ୍ଲି, ପର୍ଲିମାଲ, କାଁଣ୍ଡୋନ୍ତଲା, ଦଲିପାଲି, ଗମ୍ଭାରୀ, ଦର୍ଲିପାଲ୍ଲୀ, କପାଣି ପଞ୍ଚାୟତ ଗୁଡିକରେ ଚାଲିଥିବା କୋଭିଡ-୧୯ ସଂଗରୋଧ ୱାର୍ଡ ପରିଦର୍ଶନ କରିଥିଲେ |  ଆଗାମୀ ଦିନରେ ବାହାର ରାଜ୍ୟକୁ ଯାଇଥିବା ଦାଦନ ଶ୍ରମିକ ମାନେ ଫେରିଲେ ସେମାନଙ୍କ ସମସ୍ତ ସୁବ୍ୟବସ୍ଥା କିପରି ହେବ ସେ ବିଷୟରେ ସରପଞ୍ଚ ଓ ପଞ୍ଚାୟତ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ ଗ୍ରାମବାସୀଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଥିଲେ। 

 

 

0
0
0
s2sdefault