ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ:  ୩୩ କୋଟିରୁ ଅଧିକ ଗରିବ ଲୋକ ପାଇଲେଣି  ୩୧,୨୩୫  କୋଟି ଟଙ୍କାର ଆର୍ଥିକ ସହାୟତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

• 20.05 କୋଟି ମହିଳା ଜନଧନ ଖାତାଧାରୀଙ୍କ ମଧ୍ୟରେ 10,025 କୋଟି ଟଙ୍କା ବଣ୍ଟାଯାଇଛି

• 2.82 କୋଟିରୁ ଅଧିକ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବାବଦରେ ପାଇଛନ୍ତି 1405 କୋଟି ଟଙ୍କା

• ପିଏମ-କିଷାନ ଯୋଜନାର ପ୍ରଥମ କିସ୍ତିରେ 8 କୋଟି ଚାଷୀଙ୍କୁ ମିଳିଛି 16,146 କୋଟି ଟଙ୍କାର ସହାୟତା

• ଇପିଏଫ ବାବଦରେ 68,775 ସଂସ୍ଥାକୁ ପ୍ରଦାନ କରଯାଇଛି 162 କୋଟି ଟଙ୍କା, ଉପକୃତ ହୋଇଛନ୍ତି 10.6 ଲକ୍ଷ କର୍ମଚାରୀ

• 2.17 କୋଟି କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ପାଇଛନ୍ତି 3497 କୋଟି ଟଙ୍କାର ସହାୟତା

• 37.27 କୋଟି ହିତାଧିକାରୀଙ୍କୁ ଦିଆଯାଇଛି ମାଗଣାରେ ରାସନ ବାବଦ ଖାଦ୍ୟସଶ୍ୟ

• ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 1,09,227 ମେଟ୍ରିକ ଟନ ଡାଲି ଯୋଗାଇ ଦିଆଯାଇଛି

• ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ 2.66 କୋଟି ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ/ ଶାସକ ପ୍ରଶାସକ ବ୍ୟୁରୋ :  ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ 33 କୋଟିରୁ ଅଧିକ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏ ପର୍ଯ୍ୟନ୍ତ (2020 ଏପ୍ରିଲ 22) 31,235 କୋଟି ଟଙ୍କା ସିଧାସଳଖ ଆର୍ଥିକ ସହାୟତା ଆକାରରେ ଯୋଗାଇ ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାର୍ଚ୍ଚ 26ରେ ଏହି ତଥ୍ୟ ପ୍ରକାଶ କରିବା ଅବସରରେ କହିଛନ୍ତି ଯେ ଲକଡାଉନର ପ୍ରଭାବରୁ ଗରିବ ଲୋକଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ସହାୟତା ଯୋଗାଇ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅଂଶ ସ୍ୱରୂପ ସରକାର ମହିଳା, ଗରିବ, ବରିଷ୍ଠ ନାଗରିକ ଓ ଚାଷୀମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ୱରିତ ଓ ଉପଯୁକ୍ତ କାର୍ଯ୍ୟକାରିତା ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନଜର ରଖିଛନ୍ତି ଏବଂ ନିୟମିତ ଭାବେ ଏହାର ସମୀକ୍ଷା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ ଓ ସଂପୃକ୍ତ ଅନ୍ୟାନ୍ୟ ମନ୍ତ୍ରଣାଳୟ ମଧ୍ୟ ଏହାର କାର୍ଯ୍ୟକାରିତାକୁ ତଦାରଖ କରୁଛନ୍ତି । କ୍ୟାବିନେଟ ସେକ୍ରେଟାରିଏଟ ମଧ୍ୟ ଏହା ଉପରେ ନଜର ରଖିଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ଲକଡାଉନ କାଳରେ ଗରିବ ଓ ଅଭାବୀ ଲୋକ ଯେପରି ଅସୁବିଧା ନ ଭୋଗନ୍ତି।

ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ ସମୟରେ ତାହା ଯେପରି ବାଟମାରଣା ନହୁଏ ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଆର୍ଥିକ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଥିବାବେଳେ ଖାଦ୍ୟଶସ୍ୟ, ଗ୍ୟାସ ସିଲିଣ୍ଡର ସେମାନଙ୍କୁ ସରକାରୀ ଅନୁମୋଦିତ ବ୍ୟବସ୍ଥାରେ ଯୋଗାଇ ଦିଆଯାଇଛି ।

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥାରେ ଏପ୍ରିଲ 22 ସୁଦ୍ଧା ଯେଉଁସବୁ ସହାୟତା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ଯୋଗାଇ ଦିଆଯାଇଛି ତାହାର ଏକ ତାଲିକା ନିମ୍ନରେ ପ୍ରଦାନ କରାଯାଇଛି ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ 2.66 କୋଟି ଗ୍ୟାସ ସିଲିଣ୍ଡର ହିତାଧିକାରରୀଙ୍କୁ ମାଗଣାରେ ଯୋଗାଇ ଦିଆଯାଇଛି । ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ 1,09,277 ମେଟ୍ରିକ ଟନ ଡାଲି କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ଲୋକଙ୍କୁ ଲକଡାଉନ ପ୍ରଭାବରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ 39.27 କୋଟି ହିତାଧିକାରୀଙ୍କୁ ମାଗଣାରେ ରାସନ ବାବଦ ଖାଦ୍ୟଶସ୍ୟ ଦିଆଯାଇଛି ।

ଏପ୍ରିଲ 1, 2020 ଠାରୁ ମନରେଗା ଯୋଜନା ଅନ୍ତର୍ଗତ ପାରିଶ୍ରମିକରେ ବୃଦ୍ଧି କରାଯାଇଛି । 1,27 କୋଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି । ଏଥିପାଇଁ ରାଜ୍ୟମାନଙ୍କୁ 7300 କୋଟି ଟଙ୍କା ପ୍ରଦାନ କରାଯାଇଛି । ପିଏମ-କିଷାନ ଯୋଜନା ଅନ୍ତର୍ଗତ 16,146 କୋଟି ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ସମସ୍ତ 8 କୋଟି ଚିହ୍ନିତ ହିତାଧିକାରୀ ନିଜ ବ୍ୟାଙ୍କ ଖାତରେ 2000 ଟଙ୍କା ଲେଖାଏଁ ପାଇଛନ୍ତି ।

20.05 କୋଟି ମହିଳା ଜନଧନ ଆକାଉଣ୍ଟଧାରୀଙ୍କୁ 500 ଟଙ୍କା ଲେଖାଏଁ ସହାୟତା ରାଶି ମିଳିଛି। 22 ଏପ୍ରିଲ 2020 ସୁଦ୍ଧା ଏ ବାବଦକୁ ମୋଟ 10,025 କୋଟି ଟଙ୍କା ପ୍ରଦାନ କରାଯାଇଛି । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧିନରେ ପ୍ରାୟ 2.82 କୋଟି ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ 1405 କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଭାବେ 500 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।  ଆର ମାସକୁ ଦ୍ୱିତୀୟ କିସ୍ତିରେ ଆଉ 500 ଟଙ୍କା ପ୍ରଦାନ କରାଯିବ ।

2.17 କୋଟି ନିର୍ମାଣ  ଶ୍ରମିକଙ୍କୁ ଆର୍ଥିକ  ସହାୟତା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ଦେଶବ୍ୟାପୀ ନିର୍ମାଣ ଶ୍ରମିକମାନଙ୍କୁ ମୋଟ 3497 କୋଟି ଟଙ୍କାର ସହାୟତା ଦିଆଯାଇଛି ।

 

0
0
0
s2sdefault