"ପିଲାଏ ମୋର ବୋଲ କର "

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ ଡାଉନ୍ ସମୟରେ ରାଜ୍ୟର ସାନ ପୁଅଝିଅମାନଙ୍କୁ କେତେକ ସନ୍ଦେଶ ଦେଇଛନ୍ତିା କରୋନାକୁ ମିଳିମିଶି ଲଢ଼ିବା, ସାବଧାନ ରହିବା, ହାତଧୋଇବା, ମନ ଖୁସି ରଖିବା  ଓ ମା'ବାପାଙ୍କୁ ସାହାଯ୍ୟ କରିବା ପାଇଁ  ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଉପଦେଶ ଦେଇଛନ୍ତିା 

ସେ କହିଛନ୍ତି ଯେ " କରୋନାକୁ ଡରିବା ନାହିଁ, ମିଳିମିଶି ଲଢ଼ିବା | ସାଙ୍ଗସାଥୀଙ୍କ ସହ ଏବେ ଆମେ ଖେଳାଖେଳି କରିବା ନାହିଁ | ଆମେ ସମସ୍ତେ ସାବଧାନ ରହିବା | ବାପା ମାଙ୍କୁ ହାତ ଧୋଇବାକୁ କହିବା | ଘରେ ରହିବାକୁ କହିବା | ବାହାରକୁ ଯିବାକୁ ହେଲେ ମାସ୍କ ପିନ୍ଧିବାକୁ କହିବା | ଏ ବର୍ଷର ସ୍କୁଲ ବହିତକ କାଢି ଆଉ ଥରେ ଥରେ ପଢ଼ିଦେବା | ମନକୁ ଖୁସି ରଖିବା | ଗପବହି ପଢିବା, ଚିତ୍ର ଆଙ୍କିବା | ଘର କାମରେ ମା ବାପାଙ୍କୁ ସାହାଯ୍ୟ କରିବା | ଭାଇ ଭଉଣୀ ସାଙ୍ଗରେ କଳି କଜିଆ କରିବା ନାହିଁ | ସବୁ ସପ୍ତାହରେ ନୂଆ କଥାଟିଏ ଶିଖିବା |" ଏମିତି କିଛି ପରାମର୍ଶ ଦେଇଛନ୍ତି ପିଲାମାନଙ୍କୁ ଏଇ କରୋନା ଲକ ଡାଉନ ବେଳେ ସମୟକୁ ଗଠନମୂଳକ ଭାବେ ଅତିବାହିତ କରିବା ପାଇଁ | 

ଅନ୍ୟପକ୍ଷରେ  ଲକ୍ ଡାଉନ୍ ସମୟରେ ୫ରୁ ୧୮ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ରଖିବା  ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂୟୁନିସେଫର  ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଅନ୍ ଲାଇନ୍ "ମୋ ପ୍ରତିଭା' କାର୍ଯ୍ୟକ୍ରମର ତୃତୀୟ ସପ୍ତାହରେ ସାରା ରାଜ୍ୟରୁ ୮୦୦ ଆବେଦନ ପ୍ରାପ୍ତ ହୋଇଛିା ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ୯୦୦୦ ଆବେଦନ ପ୍ରାପ୍ତ ହେବା ସହ  ସାପ୍ତାହିକ ପୁରସ୍କାର ଘୋଷଣା କରାଯାଇଛିା

0
0
0
s2sdefault