ରାଜ୍ୟ ସରକାରଙ୍କ ସଟ ଡାଉନକୁ ଧର୍ମେନ୍ଦ୍ରଙ୍କ ସମର୍ଥନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 "ନିୟମ ମାନନ୍ତୁ, ପୋଲିସ ଓ ପ୍ରଶାସନକୁ ସହଯୋଗ କରନ୍ତୁ "

New Delhi/shasak prashasak : ତିନୋଟି ଜିଲ୍ଲାରେ ସଟ ଡାଉନକୁ ସମର୍ଥନ ଓ ସମୟଚିତ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାସ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ରାଜ୍ୟ ସରକାରଙ୍କ ସଟ ଡାଉନ  ନିୟମକୁ ସମସ୍ତେ ମାନିବ ସହ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବା ପାଇଁ ତିନି ଜିଲ୍ଲାର ଜନ ସାଧାରଣକୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ |

ଶ୍ରୀ ପ୍ରଧାନ ତାଙ୍କ ବିବୃତିରେ କହିଛନ୍ତି ଯେ " କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତିନୋଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍ କରିବାକୁ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ସଠିକ୍ ଭାବରେ ପାଳନ କରିବା ପାଇଁ ମୁଁ ଏହି ତିନି ଜିଲ୍ଲାର ଲୋକମାନଙ୍କୁ ଅନୁରୋଧ କରୁଛି । ଆସନ୍ତୁ ଏହି ସମୟରେ ଆମେ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ସହଯୋଗ କରିବା । ଘରୁ ବାହାରକୁ ବାହାରିବା ନାହିଁ । କରୋନାରୁ ରକ୍ଷା ପାଇବା ପାଇଁ ଘରେ ରହିବା ହିଁ ଏକମାତ୍ର ପନ୍ଥା।" |

0
0
0
s2sdefault