ବରଗଡ :- କୋରୋନା ଭୟ ସାଙ୍ଗକୁ ପାନୀୟ ଜଳର ଘୋର ଅଭାବ । ପାଇକମାଲ ଅଂଚଳରେ ବର୍ତମାନ ଦେଖାଦେଇଛି ଡବଲ ବିପଦ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଇକମାଲ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଦେଖା ଦେଇଛି ପାନୀୟ ଜଳ ସମସ୍ୟା । ଏହି ସମସ୍ୟା ଜନିତ ଲୋକଙ୍କ କଷ୍ଟକୁ ପ୍ରଶାସନ ବୁଝିବା ପୂର୍ବରୁ ବୁଝୁଛନ୍ତି ଅଂଚଳର ଦୁଇ ଯୁବ ବ୍ୟବସାୟୀ ସୁମିତ ଅଗ୍ରୱାଲ ଓ କମଲେଶ ଶ୍ରୀବାସ୍ତବ । ଗତ ଦୁଇଦିନ ହେବ ନିଜସ୍ୱ ଖର୍ଚ୍ଚରେ ସେମାନେ ପାଇକମାଲ ର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଟେଙ୍କର ଯୋଗେ ପାନୀୟ ଜଳ ଯୋଗେଇ ଆସୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ସୁମିତ ଗତ କିଛି ଦିନ ହେଲା କ୍ରମାଗତ ଭାବରେ ପାଇକମାଲ , ଝାରବନ୍ଧ ଓ ପଦ୍ମପୁର ଅଂଚଳରେ ଲୋକଙ୍କୁ ମାକ୍ସ ବଣ୍ଟନ କରି ଆସୁଛନ୍ତି । ସୁମିତ ଓ କମଲେଶ ଙ୍କର ଏହି ମହତ କାମକୁ ଅଂଚଳର ଅନେକ ବୁଦ୍ଧିଜୀବୀ ପ୍ରସଂଶା କରିଛନ୍ତି ।
ରାଜ୍ୟ
ପ୍ରଥମେ ମାସ୍କ ବାଣ୍ଟିଲେ : ଏବେ ମାକ୍ସ ସାଙ୍ଗକୁ ପାନୀୟ ଜଳ ବାଣ୍ଟୁଛନ୍ତି ଦୁଇ ଯୁବ ବ୍ୟବସାୟୀ
- Hits: 1372