ହେଡଲାଇନସ୍:

ଡଃ ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ବିଜେପି ପକ୍ଷରୁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସେନିଟାଇଜର ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଭାରତର ସମ୍ବିଧାନ ପ୍ରଣେତା ଡଃ ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ଏବଂ କରୋନା ସମୟରେ ସାମ୍ୱାଦିକ ମାନେ ବିଭିନ୍ନ ସ୍ଥାନକୁ ଯାଇ ଖବର ସଂଗ୍ରହ କରି ସଚେତନ କରାଉଥିବା କାର୍ଯ୍ୟପ୍ରତି ସମ୍ମାନ ଜଣାଇ ସେମାନଙ୍କୁ ଜିଲ୍ଲା ଭାଜପା ପକ୍ଷରୁ ସେନିଟାଇଜର ବଣ୍ଟନ କରା ଯାଇଛି ।

ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ନିରାଡ଼ମ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡଃ ବି.ଆର୍. ଆମ୍ବେଦକରଙ୍କ ଫଟୋ ଚିତ୍ରରେ ବିଧାୟକ ତଥା ଭାଜପା ଜିଲ୍ଲା ସଭାପତି  କେ.ନାରାୟଣ ରାଓଙ୍କ ସମେତ ବରିଷ୍ଠ ନେତା ମୁରଲୀ ଗୋପାଳ ରାଓ , ତ୍ରିପତି ନାୟକ , ପ୍ରଶାନ୍ତ ପାଳ , ନୃସିଂହ ଚରଣ ପଟ୍ଟନାୟକ , ପିନିଣ୍ଟି କ୍ରିଷ୍ନା , ପି. ଲତା , ବିମଳା ସାମଲ , ଜଗନ୍ନାଥ ମହାପାତ୍ର , ଭେଙ୍କେଟ ରାବଣା , ଅରୁଣୀମା ସାହୁ , ବାବୁନା ବେହେରା ପ୍ରମୁଖ ଉପସ୍ଥିତ ରହି ପୁଷ୍ପ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ବରିଷ୍ଠ ନେତା ମୁରଲୀ ଗୋପାଳ ରାଓ ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ଡଃ ଆମ୍ବେଦକରଙ୍କ ଅବଦାନ ସମ୍ପର୍କରେ କହି ତାଙ୍କର ବହୁମୁଖୀ ପ୍ରତିଭାର ବିଭିନ୍ନ ଦିଗ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ପାରଳାଖେମୁଣ୍ଡି ସହରରେ କାର୍ଯ୍ୟରତ  ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି  କେ.ନାରାୟଣ ରାଓ ସେନିଟାଇଜର ବଣ୍ଟନ କରିଥିଲେ ।

0
0
0
s2sdefault