ହେଡଲାଇନସ୍:

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଗଜପତି ଜିଲ୍ଲା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ମଙ୍ଗଳବାର ଦିନ ପୂର୍ବାହ୍ନରେ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ଟି:ଆଓ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି କରୋନା ସମ୍ପର୍କିତ ବିଭିନ୍ନ ସତର୍କତା ପ୍ରସ୍ତୁତି କାର୍ଯ୍ୟକ୍ରମ ପରିଦର୍ଶନ କରିବା ସହ ଅନୁଧ୍ୟାନ କରିଛନ୍ତି ରାଜସ୍ୱ କମିଶନର ଶ୍ରୀ ଆଓ ।

  ପ୍ରଥମେ ଗଜପତି ଜିଲ୍ଲା ମୋହନା ବ୍ଲକର କମଳାପୁର ଗ୍ରସ୍ତରେ ଯାଇ ସେଠାରେ ହୋଇଥିବା ଇଷ୍ଟିଟ୍ୟୁସନାଲ କରେଣ୍ଟାଇନ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରଙ୍କ ସହିତ ଆଲୋଚନା କରିଥିଲେ । କମିଶନର ଶ୍ରୀ ଆଓ  ପ୍ରସ୍ତୁତ ହୋଇଥିବା କରେଣ୍ଟାଇନ କେନ୍ଦ୍ରର ଆନୁସଙ୍ଗିକ ସମସ୍ତ ୟୁନିଟକୁ ବୁଲି ଦେଖିଥିଲେ । ତାପରେ ଚାନ୍ଦିପୁଟ ଠାରେ ଥିବା ପଞ୍ଚାୟତ ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ବୁଲି ଦେଖିବା ସହ ସେଠାରେ ଥିବା ସମସ୍ତ ସୁବିଧା ଗୁଡିକ ଉପରେ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । 

 ତା ସହିତ ପରବର୍ତ୍ତୀ ସମୟରେ ଆର୍.ସୀତାପୁର ଠାରେ ଥିବା କୋଭିଡ କେୟାର ହସପିଟାଲକୁ ବୁଲି ଦେଖିଥିଲେ । ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀ ମାନଙ୍କ ସହ ସେଠାରେ କରା ଯାଇଥିବା ବିଭିନ୍ନ ପ୍ରକାରର ସୁବିଧା ଓ ସୁଯୋଗ ଉପରେ ଆଲୋଚନା କରିଥିଲେ ।

ସେଠାରେ କମିଶନର ଶ୍ରୀ ଆଓ , ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ. ଗୁନୁରାଣୀ ପଟ୍ଟନାୟକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟରତ ଡାକ୍ତର ମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। । କମିଶନର ଶ୍ରୀ ଆଓ , ପରେ ପାରଳାଖେମୁଣ୍ଡି ଠାରେ ପହଞ୍ଚି ଜିଲ୍ଲାପାଳ ଅନୁପମ ସାହାଙ୍କ ସହିତ ଜିଲ୍ଲାରେ ଚାଲିଥିବା କୋଭିଡ କେୟାର ହସପିଟାଲର ବିଭିନ୍ନ କାର୍ଯ୍ୟକ୍ରମ ଓ କୋଭିଡ-୧୯ ମୁକାବିଲା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଶେଷରେ କୋଭିଡର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପକୁ ରାଜସ୍ୱ କମିଶନର ଶ୍ରୀ ଆଓ  ଭୁୟସୀ ପ୍ରଶଂସା କରିଥିଲେ ଏବଂ ପରେ ବ୍ରହ୍ମପୁର ଅଭିମୁଖେ ଫେରିଯାଇଥିଲେ । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ଆଓଙ୍କ ଏହି ଗ୍ରସ୍ତ କାର୍ଯ୍ୟକ୍ରମ ବେଳେ ଉପ-ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

0
0
0
s2sdefault