ହେଡଲାଇନସ୍:

କେନାଲ ପାଣିରେ ବୁଡି ଶିଶୁର ମୃତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବର୍ତ୍ତମାନ ସାନ୍ଧ୍ୟ ସମୟରେ ମାଣ୍ଡୋସିଲ କେନାଲରେ ଏକ ଶିଶୁର ମୃତଦେହ ଭାସୁଥିବା ମାଣ୍ଡୋସିଲ ଗ୍ରାମର କିଛି ଲୋକ ଦେଖିବା ପରେ ସେମାନେ ପାଇକମାଲ ଥାନାକୁ ଏକଥା ଜଣାଇଥିଲେ । DSP ଶ୍ରୀ ଦିନେଶ କୁମାର ନାୟକ ଙ୍କର ନେତୃତ୍ୱରେ ପୋଲିସ ଟିମ ତୁରନ୍ତ ଘଟଣା ସ୍ଥଳକୁ ପହଂଛି ଶିଶୁର ଶବ କୁ ପାଣିରୁ ବାହାର କରିଥିଲେ । 

        ପୋଲିସ ସୂତ୍ରରୁ ପ୍ରକାଶ ଯେ ନୂଆପଡା ଜିଲ୍ଲାର ସାଇପଳା ଗ୍ରାମର ସୁକାନ୍ତ ମାଝୀ ଙ୍କର ଧର୍ମପତ୍ନୀ ଓ ତାଙ୍କର ଅଢେଇ ବର୍ଷର ପୁଅ ହେମସିଂ ମାଝୀ ସନ୍ଧ୍ୟା ପ୍ରାୟ ପାଞ୍ଚ ଟା ସମୟରେ ସାଇପଳା କେନାଲ କୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ଶିଶୁ ହେମସିଂର ଗୋଡ଼ ଖସି ଯିବାରୁ ସେ କେନାଲ ପଣିରେ ଭାସି ଯାଇଥିଲା । ଏହାପରେ ତାର ମୃତଦେହ ଭାସିଯାଇଥିବା ସ୍ଥାନରୁ ପ୍ରାୟ ଅଢେଇ କିଲୋମିଟର ଦୂର ମାଣ୍ଡୋସିଲି ରୁ ଠାବ ହେଇଥିଲା । ପାଇକମାଲ ଥାନାରେ  UD କେଶ ନମ୍ବର 5/ 20 ରୁଜୁ କରି DSP ଶ୍ରୀ ଦିନେଶ କୁମାର ନାୟକ ଘଟଣାର ତଦନ୍ତ ଜାରି ରକ୍ଗିଥିବା ବେଳେ । ପୋଲିସ  ଶବ ଜବତ କରି ଉପଖଣ୍ଡ ଚିକିତ୍ସାଲୟ ପଦ୍ମପୁର କୁ ବ୍ୟବଚ୍ଛେଦ ନିମନ୍ତେ ପଠେଇ ଦେଇଥିବା ଓ ଆସନ୍ତା କାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି ।

0
0
0
s2sdefault