ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଷ୍ଟେଟ ବ୍ୟାଙ୍କ ସମ୍ପୂଖରେ ବଡଖମାର ହରଗୌରି ୱଲପେୟାର ସୋସାଇଟି ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ମହାମାରୀ କରୋନା ଭୂତାଣୁ ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ୍ ସୁଲିଆ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ମାସ୍କ ବଣ୍ଟନ କରିବା ସହ ଲୋକ ମାନଙ୍କୁ ସଚେତନା ବାର୍ତ୍ତା ପ୍ରଦାନ କରିଥିଲେ । ବରିଷ୍ଠ ସାମାଜିକ କର୍ମୀ ମୀନକେତନ ମହାକୁର ସାମାଜିକ ଦୂରତ୍ବ ରକ୍ଷାକରିବାକୁ ପରାମର୍ଶ ଦେଇଥିଲେ । ଜନସାଧାରଣ ମାନଙ୍କୁ ମାସ୍କ ବ୍ୟବହାର କରିବା ଓ ଏବଂ ତାହାକୁ ନିୟମିତ ସଫା କରିବା ଉପରେ ଗୁରୁତ୍ଵ ଦେବା ପାଇଁ ହରଗୌରି ୱଲପେୟାର ସୋସାଇଟି ର ସଦସ୍ୟମାନେ ସଚେତନତା କରିଥିଲେ । ଏଥିରେ ପ୍ରଭଞ୍ଜନ କର୍ମୀ ,ହରିହର ପାତ୍ର, ଚୈତନ୍ୟ ମଲ୍ଲିକ, ଦୟାସାଗର ମେଣ୍ଡିଲୀ, ସୁରୁ କନଂ, ବିଜୟା ସାହୁ, କଳାକାହ୍ନୁ କର୍ମୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଏ ପି ଓ ସମିତି ମହାକୁର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।।
ରାଜ୍ୟ
କରୋନା ଲଢେଇ : ହରଗୌରି ୱେଲଫେୟାର ସୋସାଇଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ।
- Hits: 700