ଇଟା ଭାଟି ଉପରେ ପୋଲିସ ର ଚଢ଼ାଉ , ତିନି ଇଟା ଭାଟି ମାଲିକଙ୍କୁ ପ୍ରାୟ 85 ହଜାର ଜରିମାନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ପାଇକମାଲ ପୋଲିସ ର ଏକ ଟିମ ପେଟ୍ରୋଲିଂ କରୁଥିବା ସମୟରେ ପଦ୍ମପୁର ପାଇକମାଲ ରାସ୍ତାରେ ଅବସ୍ଥିତ ତିନିଗୋଟି ଇଟା ଭାଟି ଉପରେ ଚଢ଼ାଉ କରି ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଙ୍କୁ ଜଣାଇଥିଲେ । ତହସିଲଦାର ଶ୍ରୀ ମେହେର ଘଟଣା ସ୍ଥଳକୁ ପହଂଛି ଇଟା ଭାଟି ମାଲିକ ବିଶ୍ୱଜିତ ସାହୁ , ଭୋଜରାଜ ସାହୁ ଓ ଲକ୍ଷ୍ମଣ ସାହୁ ଙ୍କର ନିକଟରୁ ମୋଟ 84 ହଜାର 680 ଟଙ୍କା ଜରିମାନା ଅସୁଲ କରିଥିଲେ । ଏହି ଚଢ଼ାଉ ରେ DSP ଶ୍ରୀ ଦିନେଶ କୁମାର ନାୟକ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ପ୍ରମୁଖ ସାମିଲ ଥିଲେ 

0
0
0
s2sdefault