ହେଡଲାଇନସ୍:

ସ୍ୱାଭାବିକ କୃଷି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ପଦକ୍ଷେପ ନେବାକୁ କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜିଲ୍ଲାର କୃଷି ଅଧିକାରୀଙ୍କ ସହିତ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀଙ୍କ ଆଲୋଚନା

ଖରିଫ୍ ନିମନ୍ତେ  ବିହନ, ସାର ଓ କୀଟନାଶକ ଆଗୁଆ ମହଜୁଦ କରି ରଖିବାକୁ ପରାମର୍ଶ 

ଭୁବନେଶ୍ୱର : (ଶାସକ ପ୍ରଶାସକ): କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍-୧୯)ର ମୁକାବିଲା କରିବା ଲାଗି ଓଡ଼ିଶା ସମେତ ସାରା ଦେଶରେ ଲକ୍ ଡାଉନ୍ (ତାଲାବନ୍ଦ) ଜାରି କରାଯାଇଛିା ଏହି କାରଣରୁ ରାଜ୍ୟରେ ସ୍ୱାଭାବିକ କୃଷି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲାସ୍ତରୀୟ କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସାମାଜିକ ଦୂରତ୍ୱକୁ ରକ୍ଷା କରି କୃଷି କାର୍ଯ୍ୟ ଜାରି ରଖିବା ଓ ଖାଦ୍ୟଶସ୍ୟ ଅମଳ ଓ ବିକି୍ରବଟାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀ, ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ନିୟନ୍ତ୍ରିତ ବଜାର କମିଟିର ସଂପାଦକମାନଙ୍କ ସହ ଆଲୋଚନା କରିଛନ୍ତିା ଏଥି ନିମନ୍ତେ ଜିଲ୍ଲାପାଳମାନଙ୍କ ପରାମର୍ଶ କ୍ରମେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ଼ିଓର ଅବଲମ୍ବନ କରି କୃଷି କାର୍ଯ୍ୟ କରିବା ପାଇଁ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଛନ୍ତିା କୃଷି କାର୍ଯ୍ୟ ଯେପରି ଠିକ୍ ସମୟରେ ହୋଇପାରିବ ସେଥି ନିମନ୍ତେ ଉଭୟ ସ୍ୱଳ୍ପ ମିଆଦି ଓ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଦେଇଛନ୍ତିା 

ଖରିଫ୍ ଚାଷ ପାଇଁ ଧାନ ବିହନର ପ୍ରକ୍ରିୟାକରଣ ଓ ପରୀକ୍ଷଣର ସଦ୍ୟତମ ସ୍ଥିତି ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲାା ଖରିଫ୍ ନିମନ୍ତେ ଚାଷୀମାନେ ଯେପରି ସୁବିଧାରେ ବିହନ, ସାର ଓ କୀଟନାଶକ ପାଇପାରିବେ ସେଥିନିମନ୍ତେ ଆଗୁଆ ପ୍ରସ୍ତୁତି କରିବା ପାଇଁ ମନ୍ତ୍ରୀ କହିଥିଲୋ ପର୍ଯ୍ୟାପ୍ତ ପରିମାଣର ଧାନ ବିହନ ଚାଷୀମାନଙ୍କ ପାଇଁ ବିହନ ବିକ୍ରୟ କେନ୍ଦ୍ରରେ ଉପଲବ୍ଧ କରାଇବା ସହିତ ଆବଶ୍ୟକ ସାର ଓ କୀଟନାଶକ ଔଷଧ ଆଦି ମହଜୁଦ ରଖିବା  ଉପରେ ଗୁରୁତ୍ୱ ଦିଆଯାଇଥିଲାା ଏଥି ସହିତ ସମସ୍ତ କୃଷି ଯନ୍ତ୍ରପାତି ଯେପରି ସହଜରେ ଉପଲବ୍ଧ ହୋଇପାରିବ ସେଥି ନିମନ୍ତେ ଆଗୁଆ ପଦକ୍ଷେପ ନେବା ପାଇଁ କୁହାଯାଇଥିଲାା 

ରାଜ୍ୟର ବିଭିନ୍ନ ସ୍ଥାନରେ ଡାଲି, ତୈଳବୀଜ, କପା ଆଦି ରବି ଫସଲର ଅମଳ ସହିତ ଏହାର ସଂଗ୍ରହ ନିମନ୍ତେ ମଣ୍ଡି ଖୋଲିବା ନିମନ୍ତେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲାା କୃଷିଜାତ ଦ୍ରବ୍ୟ ବିଶେଷ କରି ପନିପରିବା ଯେପରି ଚାଷୀମାନେ ସହଜରେ ବିକି୍ର କରିପାରିବେ ସେଥି ନିମନ୍ତେ ବଜାର ସୁବିଧା ଯୋଗାଇଦେବା ପାଇଁ କୁହାଯାଇଥିଲାା ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟର ସିଧାସଳଖ ବିକ୍ରି ସହିତ ଇ-ନାମ ପୋର୍ଟାଲ ଜରିଆରେ ବିକ୍ରି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲାା ନିର୍ଦ୍ଧାରିତ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଣ ଓ ଏହାର ପରିବହନକୁ ନିଶ୍ଚିତ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲୋ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସମେତ ଅନ୍ୟାନ୍ୟ ଯୋଜନାରେ ଉଦ୍ୟାନ କୃଷି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥିଲାା ଏଥି ସହିତ ଫାର୍ମପଣ୍ଡ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲାା 

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ମୃର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲୋ 

 

0
0
0
s2sdefault