ହେଡଲାଇନସ୍:

ଟିକେ ଭାବିବା ଆସନ୍ତୁ : ଏମାନେ ବୁଝିଲେଣି, ଆମେ ଏଯାଏ ବି ଅବୁଝା !!!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) ଏମାନଙ୍କଠୁ ସତରେ ଆମର ଶିଖିବାର ଅଛି | ଗାଁ ଗହଳରେ ଲୋକଙ୍କୁ ବୁଝେଇଲେ ସେମାନେ ବୁଝିଲେଣି ସାମାଜିକ ଦୂରତ୍ୱ କଣ | ହେଲେ ଆମେ ଏଠି କିଛି ତଥାକଥିତ ଶିକ୍ଷିତ ଲୋକମାନେ ସାମାଜିକ ଦୂରତ୍ୱ ଟିକେ ପାଳିବାକୁ ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ  ଅବୁଝା ହୋଇ ଅସାମାଜିକ ଭଳି ଆଚରଣ ପ୍ରଦର୍ଶନ କରୁଛୁ |

ଏଇ ଯେଉଁ ଫୋଟୋଟି ଆମେ ଏଠି ଦେଖାଉଛୁ ଏହା ସୁଦୂର ଅଖ୍ୟାତ ଅଂଚଳ ବୋରିଗୁମ୍ମାର ଖୁଣ୍ଟିଆପଲ୍ଲା ଗ୍ରାମର | ଏହି ପଲ୍ଲୀର ମହିଳା ମାନେ ବୁଝିଲେଣି ଯେ ଆମ ନିଶ୍ୱାସକୁ  ସୁରକ୍ଷିତ ରଖିବାକୁ ହେଲେ  ସାମାଜିକ ଦୂରତ୍ୱ ମାନିବାକୁ ପଡିବ | ଅମାନିଆ ହେଲେ ନିଜର କ୍ଷତି ସହ ସମାଜର କ୍ଷତି | ଖୁଣ୍ଟିଆପାଲ୍ଲୀ ଗାଁର ମହିଳା ମାନେ ଯଦି ଏ କଥା  ବୁଝି ଗଲେଣି, ସରକାର ଶୁଆ ପରି ବୁଝାଉଥିବା ଆମଭଳି ଶିକ୍ଷିତ ଅମାନିଆ ଲୋକ କଣ ଟିକେ ଚେଷ୍ଟା କଲେ ବୁଝିପାରିବାନି !!!!!!  

0
0
0
s2sdefault