ହେଡଲାଇନସ୍:

 ଉପଜିଲ୍ଲାପାଳ ଓ ବ୍ଲକ ଅଧିକାରୀମାନଙ୍କର ତୋଫାନି ଗସ୍ତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ବରଗଡ(ଶାସକ ପ୍ରଶାସକ) :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଆଜି ସକାଳୁ ପାଇକମାଲ ବ୍ଳକର ମିଠାପାଲି , ବରତୁଣ୍ଡା, ଜାମସେଠ , ମାଣ୍ଡୋସିଲ ଅଂଚଳର ସମସ୍ତ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ତଥା ଡାକ୍ତରଖାନା , ସରକାର ଙ୍କର ଦ୍ୱାରା ପରିଚାଳିତ ଫ୍ରି କିଚେନ , ଆଦିକୁ ବୁଲି ଦେଖୀଥିଲେ । ମାଣ୍ଡୋସିଲି ଠାରେ ଉପଜିଲ୍ଲାପାଳ ଗ୍ରାମର କିଛି ଭଦ୍ର ବ୍ୟକ୍ତି ଓ ସଚେତନ ନାଗରିକ ମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ , ଲକଡାଉନ କଟକଣା ଲାଗୁ ହେବା ପରେ କିମ୍ବା କିଛି ଦିନ ପୂର୍ବରୁ ମାଣ୍ଡୋସିଲି ଗ୍ରାମକୁ ବାହାର ରାଜ୍ୟ କିମ୍ବା ବାହାର ଦେଶର କୋଣସି ଲୋକ ଆସିଛନ୍ତି କି ନାହିଁ ଏହି ବାବଦରେ ଜାଣିବାକୁ ଚାହିଁଥିଲେ ଉପଜିଲ୍ଲାପାଳ । ଏହା ସହିତ ମାଣ୍ଡୋସିଲ ଡାକ୍ତରଖାନା ର କର୍ମଚାରୀ ମାନଙ୍କୁ ଏହି ବିପଦ ପୂର୍ଣ ସମୟରେ ଦିନ 12 ଟା ପର୍ଯନ୍ତ ଡାକ୍ତରଖାନା ଖୋଲା ରଖିବାକୁ ନିର୍ଦେଶ ଦେଇଥିଲେ । ଏହାପରେ ଉପଜିଲ୍ଲାପାଳ ବରଗଡ଼ ନୂଆପଡା ସୀମାକୁ ଯାଇ ସେଠାକାର ପରିସ୍ଥିତି ଅନୁଧ୍ୟାନ କରି ଅଧିକାରୀ ମାନଙ୍କୁ ବିଭିନ୍ନ ନିର୍ଦେଶ ଦେବାପରେ ଟେମରି ମଧ୍ୟାହ୍ନରେ ଟେମରି ପଞ୍ଚାୟତ କୁ ଯାଇ ସେଠାରେ PDS ବ୍ୟବସ୍ଥା, ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଓ ଫ୍ରି କିଚେନ ଆଦି ବିଷୟରେ ପଚାରି ବୁଝିଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ଙ୍କର ସହିତ ପାଇକମାଲ ତହସିଲଦାର ଶ୍ରୀ ମନୋଜ ମେହେର , ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା, BDO ଶ୍ରୀ ସୁରେନ୍ଦ୍ର ମେହେର, ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , GPO ଶ୍ରୀ ଭୀଷ୍ମଦେଵ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault