ହେଡଲାଇନସ୍:

ଦଳିଦେଲା ହାତୀ : ଚାଲିଗଲା ଚାରି ଜୀବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ):- ବରଗଡ଼ ଜିଲ୍ଳା ପଦ୍ମପୁର ଅଂଚଳର ରେ ହାତୀ ଆକ୍ରମଣରେ ଚାରି ଜଣଙ୍କ ମୃତ୍ୟୁ ଘଟିଛି । ଆଜି ଭୋର ସକାଲରୁ ପଦ୍ମପୁର ଅଂଚଳରେ ଏକ ହୃଦୟ ବିଦାରକ ଖବର ଶୁଣିବାକୁ ମିଳିଛି।ପଦ୍ମପୁର ରଜାପଡା (ଓ୍ବାର୍ଡ ନଂ୧)ର ଗୋଟିଏ ପରିବାର ର ଦ୍ଵାରିକା ନାଥ ପାଣ୍ଡେ (୭୦), ମଲେଇ ପାଣ୍ଡେ(୪୫), ଚିଣ୍ଟୁ ପାଣ୍ଡେ(୦୭) ତିନି ଜଣଙ୍କୁ ଏକ ଦନ୍ତା ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟୁ ହେଇଥିବାର ଜଣା ପଡ଼ିଛି। ଦ୍ବାରିକନାଥ ଘରେ ଶୋଇଥିବା ସମୟରେ ଦନ୍ତା ଘରକୁ ପଶି ଧାନ ଖାଇବା ସହ ତାଙ୍କୁ ଦଲି ଦେଇଥିଲା ଏହା ଦେଖି ତାଙ୍କ ପୁଅ ଓ ନାତି ଦନ୍ତା କୁ ଘଉଡାଇବା ପାଇଁ ଚେଷ୍ଟା କରୁଥିବା ସମୟରେ ତାଙ୍କୁ ମଧ୍ୟ ଦଲି ଦେଇଥିଲା । ବୁଡେନ ଥାନା ଖଲିଆପାଲି ପଞ୍ଚୟତ ଅନ୍ତର୍ଗତ ବାଝେନମୁଣ୍ଡା ଗ୍ରାମର ହେମସାଗର ସାହୁ ସୌଚପାଇଁ ଯାଇଥିଲା ସମୟରେ ତାଙ୍କୁ ମଧ୍ୟ ଦଳି ମାରିଥିଲା ।

ଘଟଣା ସ୍ଥଳରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ, ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ, ପଦ୍ମପୁର ଥାନାଧିକାରୀ ମାନସ ରଂଜନ ପ୍ରଧାନ ଓ ବନବିଭାଗ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପଦ୍ମପୁର ସହରକୁ ହାତୀ ପଶି ଏପରି ଅଭାବନୀୟ ଘଟଣା ଏହା ପ୍ରଥମ ଥର ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ତାଳାବନ୍ଦ ଯୋଗୁଁ ସହରର ଶାନ୍ତ ରହିଛି ତେଣୁ ବନ୍ୟପ୍ରାଣୀ ସହରମୁହାଁ ହେଉଥିବା ପଦ୍ମପୁର ରେଂଜର ପ୍ରମୋଦ ସାହୁ ସୂଚନା ଦେଇଛନ୍ତି ।

0
0
0
s2sdefault