ହେଡଲାଇନସ୍:

୪୭,୩୫୫ ଜଣଙ୍କୁ ଦିଆଗଲା ରନ୍ଧା ଖାଦ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଲକ୍ ଡ଼ାଉନ ସମୟରେ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ପକ୍ଷରୁ ଅତି ଗରୀବ, ନିସ୍ୱ , ଅସହାୟ, ଶାରିରୀକ ଦୁର୍ବଳ, ଭୋକିଲା, ଭିକାରୀ ଓ ମାନସିକ ବିକାର ଗ୍ରସ୍ତ(ପାଗଳ) ବ୍ୟକ୍ତିମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଗତ କାଲି ସୁଦ୍ଧା ଜିଲ୍ଲାର ସମସ୍ତ ୨୬ଟି ବ୍ଲକରେ ଥିବା ବିଭିନ୍ନ ଗ୍ରାମ ସହିତ ୪ଟି ସହରାଞ୍ଚଳର ବିଭିନ୍ନ ୱାଡର଼୍ଗୁଡ଼ିକରେ ମୋଟ ୪୭ ହଜାର ୩୫୫ ଜଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ଏମାନଙ୍କ ମଧ୍ୟରେ ୪୩ ହଜାର ୭୮ ଜଣ ବୟସ୍କ ବ୍ୟକ୍ତି ରହିଥିବା ବେଳେ ୪ ହଜାର ୨୭୭ ଜଣ ଶିଶୁ ରହିଛନ୍ତି ।  ଲକ୍ ଡ଼ାଉନ ରହିଥିବା ବେଳେ  ଉପରୋକ୍ତ ଶ୍ରେଣୀର ବ୍ୟକ୍ତିବିଶେଷମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାରେ ପ୍ରତ୍ୟେକ ଦିନ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

0
0
0
s2sdefault