ହେଡଲାଇନସ୍:

ଲକଡାଉନ ଦ୍ୱାରା ପ୍ରଭାବିତ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍ବେଚ୍ଛାସେବୀ ମାନଙ୍କର ଉଦ୍ୟମ କୁ ପ୍ରସଂଶା କଲେ ଉପଜିଲ୍ଲାପାଳ ଓ ତହସିଲଦାର

ବରଗଡ :- ବର୍ତ୍ତମାନ ସାର ଦେଶ ଲକଡାଉନ । ଏହି ଲକଡାଉନ ଫଳରେ ଅନେକ ଦିନ ମଜୁରିଆ ଓ ଯାଯାବର ଶ୍ରେଣୀର ଲୋକଙ୍କ ସମ୍ମୁଖରେ ପରିବାର ପୋଷଣ କରିବାର ସମସ୍ୟା ଦେଖା ଦେଇଛି । ଅବଶ୍ୟ ଆମ ରାଜ୍ୟ ସରକାର ପ୍ରତ୍ୟେକ ଲୋକଙ୍କ ନିକଟରେ ଖାଦ୍ୟ ଓ ସହଯୋଗ  ପହଞ୍ଚାଇବାର ସମ୍ପୁର୍ଣ୍ଣ ପ୍ରୟାସ ଜାରି ରଖିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ପଦ୍ମପୁର ଉପଖଣ୍ଡ ର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ମଧ୍ୟ ଏହି ଭଳି ଗରିବ ଲୋକଙ୍କର ସେବା କରିବା ପାଇଁ ଆଗେଇ ଆସିଛନ୍ତି । 

      ପାଇକମାଲ ମାରବାଡି ଯୁବା ମଞ୍ଚ ର ସଭ୍ୟ ମନେ ମଞ୍ଚ ର ସଭାପତି ଡା,କମଲେଶ ଅଗ୍ରୱାଲ ଙ୍କର ନେତୃତ୍ୱରେ ଆଜି ପାଇକମାଲ ଅଂଚଳରେ ବିଭିନ୍ନ ଗ୍ରାମ ବୁଲି ଅସହାୟ ଗରିବ ଲୋକଙ୍କୁ ଚାଉଳ , ଡାଲି, ଆଳୁ , ପିଆଜ, ମସଲା, ସାବୁନ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ । ଯୁବା ମଞ୍ଚର ସଭାପତି। ଙ୍କର କହିବା ମୁତାବକ ଆସନ୍ତା କାଲି ଓ ଆଗାମୀ କିଛିଦିନ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରୀରହିବ । 

     ଏପଟେ ଝାରବନ୍ଧ ର ଗ୍ଲୋବାଲ ସ୍ପୋର୍ଟିଂ ର ସଭ୍ୟ ମାନେ ଗତ କାଲି ଠାରୁ ଝାରବନ୍ଧ ବ୍ଲକ ର ବିଭିନ୍ନ ଗ୍ରାମ ବୁଲି ବୁଲି ଗରିବ ଲୋକଙ୍କ ପାଖକୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପହଞ୍ଚିବାରେ ଲାଗି ପଡିଛନ୍ତି । ଝାରବନ୍ଧ ତହସିଲଦାର ଶ୍ରୀ ପର୍ଶୁରାମ ଅର୍ଯ୍ୟନ ପଣ୍ଡା ଆଜି କ୍ଲବର ସଭ୍ୟ ମାନଙ୍କର ଅନୁରୋଧ କ୍ରମେ ନିଜେ ମଧ୍ୟ କିଛି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପେକେଟ ବଣ୍ଟନ କରିଥିଲେ । 

      ସେହିଭଳି ପାଇକମାଲ ପଂଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀ ମହେଶ୍ବର ସାହୁ ଙ୍କର ପୁଅ ରବି ସାହୁ ନିଜର ପକେଟ ମନୀରୁ ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରବି ଜଣେ କଲେଜ ଛାତ୍ର । ଏହି ଘଡିସନ୍ଧି ମୁହୂର୍ତ୍ତରେ ନିଜର ସାଧ୍ୟମତେ ଲୋକଙ୍କ ସେବା କରିବା ପାଇଁ ଅଣ୍ଟା ଭିଡିଛନ୍ତି ଏହି ଯୁବ ସ୍ବେଛାସେବୀ ।

      ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଓ ଝାରବନ୍ଧ ତହସିଲଦାର ଶ୍ରୀ ପର୍ଶୁରାମ ଅର୍ଯ୍ୟନ ପାଣ୍ଡ , BDO ଶ୍ରୀ ରୁନୁ ଲାକ୍ରା , ସ୍ବେଚ୍ଛାସେବୀ ଭାଇ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେବା ସହିତ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

0
0
0
s2sdefault