ହେଡଲାଇନସ୍:

ଲକ ଡାଉନବାଧକ : ଗାଁକୁ ଶବ ଫେରିଲାନି ଶବ, ସହଯୋଗର ହାତ ବଢ଼ାଇଲେ ମନ୍ତ୍ରୀ ସୁଶାନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ତାମିଲନାଡୁରେ ହେଲା ଦାଦନ ଶ୍ରମିକଙ୍କ ଅନ୍ତିମ ସଂସ୍କାର

ଅନ୍ୟ ରାଜ୍ୟରେ କାମ କରୁଥିବା ଶ୍ରମିକଙ୍କ ସହିତ ସିଧାସଳଖ ଯୋଗାଯୋଗ କରୁଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ 

ସୋହେଲା(ଶାସକ ପ୍ରଶାସକ) :-  ରାଜ୍ୟ ସରକାରଙ୍କର  ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ରାଜ୍ୟ ବାହାରେ କାମ କରୁଥିବା ଓଡ଼ିଆ ଶ୍ରମିକ ମାନଙ୍କର ସହିତ ନିଜେ ସିଧାସଳଖ ଯୋଗାଯୋଗରେ ଅଛନ୍ତି । ନିଜେ ଫୋନ କରି ଅନ୍ୟ ରାଜ୍ୟରେ ରହୁଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ଅସୁବିଧା ସୁବିଧା ବାବଦରେ ବୁଝୁଛନ୍ତି । ଏହା ସହିତ ସମସ୍ତ ଶ୍ରମିକ ମାନଙ୍କୁ ତାଙ୍କର ନିଜର ଫୋନ ନମ୍ବର ସେଭ କରି ରଖିବା ସହିତ ସେମାନେ ଆବଶ୍ୟକ ପଡ଼ିଲେ ସିଧାସଳଖ ତାଙ୍କୁ ଫୋନ କରିବା ପାଇଁ କହୁଛନ୍ତି ।  ମନ୍ତ୍ରୀ ଙ୍କର ସହିତ ସିଧାସଳଖ କଥା ହେବାପରେ ଶ୍ରମିକମାନଙ୍କର ମଧ୍ୟରେ ନୂତନ ଆହାର ସଂଚାର ହେବା ସହିତ ଶ୍ରମିକ ମାନଙ୍କର ଆତ୍ମବଳ ମଧ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟର ଅଧିକାରୀ ଓ ରାଜନେତାଙ୍କ ସହ ଆବଶ୍ୟକସ୍ଥଳେ ଆଲୋଚନାକରୀ ଓଡ଼ିଆ ଶ୍ରମିକ ବା ପ୍ରବାସୀ ଓଡ଼ିଆମାନଙ୍କୁ ଯେପରି ଯଥାସାଧ୍ୟ ସହଯୋଗ ମିଳିପାରିବ ସେ ଦିଗରେ ଉଦ୍ୟମ ଜାରି ରଖିଛନ୍ତି | ଆଉ ମନ୍ତ୍ରୀ  ଶ୍ରୀ ସିଂହଙ୍କ ସହଯୋଗ ଓ ପଦକ୍ଷେପ କ୍ରମେ ଲକ ଡାଉନ ସମୟରେ ଅସୁସ୍ଥରେ ହୋଇ ପ୍ରାଣ ହରାଇଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇପାରିଛି |   

 

 ମୃତ ଶ୍ରମିକ କୃପାସିନ୍ଧୁ ଭୁଏ

ଇତି ମଧ୍ୟରେ ଆଉ ଗୋଟେ ଘଟଣା ହେଲା  ସୋହେଲା ବ୍ଲକ  ଝର ପଂଚାୟତ ଅନ୍ତର୍ଗତ ଝଗଡ଼ଝାଲ ଗ୍ରାମର  କୃପାସିନ୍ଧୁ ଭୁଏ (୨୯)  ଗତ ଫେବୃଆରୀ ୨୯ ତାରିଖ ତାମିଲନାଡୁରୁ  ଜଣେ ସାଙ୍ଗ ସହିତ  ତ୍ରିଚୁର ଜିଲା ପାଲାଡେମ ନିକଟସ୍ଥ ସିଟିସିଏସ୍କେଟି ନାମକ ଏକ କପଡା ପ୍ରସ୍ତୁତକାରି କମ୍ପାନୀରେ କାମ କରୁଥିଲେ । ସେ ମାର୍ଚ୍ଚ ୨୯ ତାରିଖ ସନ୍ଧ୍ୟାରେ ତାଙ୍କ କାକା ଆକୁଳ ଭୁଏଙ୍କ ନିକଟକୁ ଫୋନ କରି ତାଙ୍କ ଦେହ ଅସୁସ୍ଥ ଥିବା କହିଥିଲେ । ସେହି ଦିନ ରାତିରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ପାଲ୍ଲାଡେମ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । କୃପାସିନ୍ଧୁଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ମ୍ରିୟମାଣ ହୋଇ ପଡିଥିଲେ । କୃପାସିନ୍ଧୁଙ୍କ ପରିବାର ଆର୍ଥିକସ୍ଥିତି ଭଲ ନ ଥିବାରୁ ଲକ ଡାଉନ ସମୟରେ ଶବକୁ ଆଣିବା ସମ୍ଭବପର ହୋଇ ନ ଥିଲା । ଶେଷରେ କୃପାସିନ୍ଧୁଙ୍କ ବଡ଼ଭାଇ କୃଷ୍ଣ ଚନ୍ଦ୍ର,କାକା ଆକୁଳ ତଥା ଗ୍ରାମବାସୀ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପାଖକୁ ଆସି ଭେଟି ସମସ୍ତ ଘଟଣା କହି ବର୍ତମାନ ସ୍ଥିତିରେ ଲକ ଡାଉନ ସମୟରେ ଶବକୁ ନ ଆଣି ସେଠାରେ ଅନ୍ତିମ ସଂସ୍କାର କରିଦେବା ପାଇଁ ମନ୍ତ୍ରୀଙ୍କୁ ଗୁହାରି କରିଥିଲେ । ମନ୍ତ୍ରୀଙ୍କ ପରାମର୍ଶ କ୍ରମେ କୃପାସିନ୍ଧୁଙ୍କ ଭାଇ ୩୦ ତାରିଖ ସୋହେଲା ଥାନାକୁ ଆସି ତାଙ୍କ ଭାଇଙ୍କ ଅନ୍ତିମ ସଂସ୍କାର ସେଠାରେ ଥିବା ଗାଁର ଜଣେ ସମ୍ପର୍କୀୟ ଯୁବକଙ୍କୁ ଶବ ହସ୍ତାନ୍ତର କରିବା ପାଇଁ ଲିଖିତ ଭାବରେ ଜଣାଇଥିଲେ । ଥାନା ଆଇଆଇସି ନିର୍ମଳ ମହାପାତ୍ର ଏନେଇ ପାଲାଡେମ ଥାନା ଅଧିକାରୀଙ୍କୁ ଅବଗତ କରାଇ କୃପାସିନ୍ଧୁଙ୍କ ମୃତ ଦେହକୁ ସେଠାରେ ଥିବା ଝଗଡ଼ଝାଲ ଗ୍ରାମର ମନୋଜ ବରିହାଙ୍କୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରିଥିଲେ । କୃପାସିନ୍ଧୁଙ୍କ ମୃତ ଦେହ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ମନ୍ତ୍ରୀ ସୁଶାନ୍ତ ସିଂହ ଝଗଡ଼ଝାଲ ଯାଇ କୃପାସିନ୍ଧୁଙ୍କ ପରିବାରକୁ ଭେଟି ସମବେଦନା ଜଣାଇ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଏ ସମ୍ପର୍କରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ପଚରା ଯିବାରୁ କୃପାସିନ୍ଧୁ ଶ୍ରମ ବିଭାଗରେ ପଞ୍ଜିକୃତ ହୋଇ ନ ଥିବାରୁ ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଓ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି  ।

 

 

0
0
0
s2sdefault