ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ଆର୍ଥିକ ସହାୟତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ(ଶାସକ ପ୍ରଶାସକ) :- ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଅନୁରୋଧ କ୍ରମେ କୋରୋନା ମୁକାବିଲା ପାଇଁ ପଦ୍ମପୁର ଉପଖଣ୍ଡ ର ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଆଗେଇ ଆସିଛନ୍ତି । ଆଜି ଏହି କ୍ରମରେ ପଦ୍ମପୁର ସ୍ଥିତ ବୃନ୍ଦାବନ ମେଡ଼ିକାଲ ଷ୍ଟୋର ର ମାଲିକ ଶ୍ରୀ ବୃନ୍ଦାବନ ମେହେର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ଫଣ୍ଡ କୁ ଏକାବନ ହଜାର ( 51 000) ଟଙ୍କାର ଚେକ ପଦ୍ମପୁର ଉପଜିଲ୍ଲାପାଳ ଙ୍କର କାର୍ଯଳୟ ରେ ,ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଙ୍କର ଉପସ୍ଥିତ ରେ ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହାଙ୍କୁ ପ୍ରଦାନ କରିଥିଲେ । ପଦ୍ମପୁର ବାସି ଏହି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ବାସି ଙ୍କର ହିତ ପାଇଁ ସରକାର ଗ୍ରହଣ କରୁଥିବା ସମସ୍ତ ପଦକ୍ଷେପ ଓ ନିୟମ ଗୁଡିକୁ ପାଳନ କରିବା ପାଇଁ ବିଧାୟକ ନିବେଦନ କରିଛନ୍ତି । ପଦ୍ମପୁର ଉପଖଣ୍ଡର ଜନସାଧାରଣ ଏହି ମହାମରୀର ଭୟାବହତା କୁ ହୃଦୟଙ୍ଗମ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ଫଣ୍ତ କୁ ଅନବରତ ଭାବରେ ନିଜର ସହଯୋଗ ପ୍ରଦାନ କରୁଛନ୍ତି ଏଥିପାଇଁ ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉପଜିଲ୍ଲାପାଳ ।

0
0
0
s2sdefault