ହେଡଲାଇନସ୍:

 ଲକ୍‌ ଡାଉନ୍‌ କଟକଣାକୁ ଉଲ୍ଲଂଘନ : ଖୁଲମ୍‌ଖୁଲା ଚାଲିଛି ବେଆଇନ ଦେଶୀ ମଦ କାରବାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ବେଧଡକ ଭାବେ ବେଆଇନ ଦେଶୀ ମଦ କାରବାର ଚାଲିଥିବାର ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ଏବଂ କୁକୁଡାବାହାଳୀ ପଞ୍ଚାୟତ ର କିଛି ଗ୍ରାମ ରେ ଏପରି ହେଉଥିବାର ଖବର ମିଳିଛି।  ଅନେକ ବର୍ଷ ଧରି ଏହି ଗ୍ରାମ ପଞ୍ଚାୟତର କିଛି ଗ୍ରାମ ମାନଙ୍କରେ  ଦେଶୀ ମଦ ବେଆଇନି ଭାବରେ ତିଆରି କରାଯାଉଥିବାବେଳେ ଏହାକୁ ପିଇବା ପାଇଁ ନିକଟସ୍ଥ ଅଞ୍ଚଳର ଅନେକ ଯୁବକ ଆସୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗ୍ରାମରେ ଏପରି ଅସାମାଜିକ କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି। ସମ୍ପ୍ରତି ଲକ୍‌ ଡାଉନ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ମଦ ଦୋକାନ ଖୋଲିବାକୁ ନେଇ କଟକଣା ଜାରି ହୋଇଥିବାବେଳେ ଏହି ବେଆଇନ ଦେଶୀ ମଦ ପିଇବା ପାଇଁ ଏହି ଗ୍ରାମଗୁଡିକୁ ଦୂରଦୁରାନ୍ତରୁ ଅନେକ ଯୁବକମାନେ ଆସୁଛନ୍ତି। ଏହି ବେଆଇନ ଦେଶୀ ମଦ କାରୋବାରକୁ ନେଇ ପୂର୍ବରୁ ଗ୍ରାମବାସୀମାନେ ଅନେକ ଥର ଅଭିଯୋଗ କରିଥିଲେ ବି କୌଣସି ସୁଫଳ ପାଇପାରିନାହାନ୍ତି।

ଏବେ ରାଜ୍ୟରେ କରୋନାର ଭୟଙ୍କର ସଂକଟ ସମୟରେ ଦେଶୀ ମଦ ପିଇବାକୁ ଅନେକ ଯୁବକ ରୁଣ୍ଡ ହେବା ଫଳରେ କରୋନା ସଂକ୍ରମଣକୁ ନେଇ ଗ୍ରାମବାସୀମାନେ ବେଶ୍‌ ଚିନ୍ତାରେ ପଡିଯାଇଛନ୍ତି। ପ୍ରଶାସନ ତରଫରୁ ଏହି ଘଟଣା ତଦନ୍ତ କରାଯାଇ ଏହି ଦେଶୀ ମଦ କାରୋବାର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।

0
0
0
s2sdefault