ହେଡଲାଇନସ୍:

ପାରଳାଖେମୁଣ୍ଡି : ୧୦୦ ଶଯ୍ୟା ବିଶିଷ୍ଠ ଚିକିତ୍ସାଳୟ ନିର୍ମାଣର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଭିଡ୍-୧୯ ସ୍ୱତନ୍ତ୍ର ଚିକିତ୍ସାଳୟର  ଚୁକ୍ତିନାମା  ସ୍ବାକ୍ଷରିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ କରୋନା ଭାଇରସ୍ ର କଡା ମୁକାବିଲା କରାଯିବା ନିମନ୍ତେ ଯୁଦ୍ଧକାଳୀନ ପରିସ୍ଥିତିରେ କୋଭିଡ-୧୯” ୧୦୦ ଶଯ୍ୟା ବିଶିଷ୍ଠ ଚିକିତ୍ସାଳୟ ନିର୍ମାଣର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ତ୍ରି-ପାକ୍ଷିକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ସମେତ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ସେବାକାରୀ ସଂସ୍ଥା ତଥା ଭୁବନେଶ୍ୱର ସ୍ଥିତ ହାଇଟେକ୍  ମେଡିକାଲ କଲେଜ ମଧ୍ୟରେ ।୧୦୦ ଶଯ୍ୟା ବିଶିଷ୍ଠ ଏହି କୋଭିଡ୍-୧୯ ହସପିଟାଲ  ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ତଥା ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ରାଜ-ସୀତାପୁର ଗ୍ରାମ ନିକଟସ୍ଥ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟର ଭାରତମାତାର ସୁବର୍ଣ୍ଣରେଖା ଛାତ୍ରାବାସ ଠାରେ ।

ଶନିବାର ଦିନ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷଠାରେ ୧୦୦ ଶଯ୍ୟା ବିଶିଷ୍ଠ କୋଭିଡ-୧୯” ହସପିଟାଲ ସ୍ଥାପନ ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ସ୍ବାକ୍ଷରିତ ହୋଇଥିଲା ଜିଲ୍ଲାପାଳ ଓ ହାଇଟେକ ମେଡିକାଲ କଲେଜ ମଧ୍ୟରେ । ଏଥିରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଏବଂ ହାଇଟେକ ମେଡିକାଲ କଲେଜ ପକ୍ଷରୁ ଚିଫ୍ ଅପରେଟିଙ୍ଗ ଅଫିସର ଜ୍ୟୋତି ରଞ୍ଜନ ପଣ୍ଡା ସ୍ବାକ୍ଷରିତ କରିଥିଲେ । ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହେବା ବେଳେ ହାଇଟେକ ମେଡିକାଲ କଲେଜର ମୁଖ୍ୟ ମେଡିକାଲ ଇଞ୍ଜିନିଅର ଏମ:ରାମାରାଓ , ପ୍ରଶାସକ ସତ୍ୟବ୍ରତ ସ୍ବାଇଁ , ନିର୍ଦ୍ଦେଶକ ଅଶୋକ ପାଣିଗ୍ରାହୀ , ପ୍ରସାଦ ପାଣିଗ୍ରାହୀ ଏବଂ  ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ସାମ୍ବାଦିକ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

ଏହି କରୋନା କୋଭିଡ-୧୯” ହସପିଟାଲ , ନିର୍ମାଣ କାର୍ଯ୍ୟ ଓ ପ୍ରସ୍ତୁତି ପର୍ବ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଂଚି ସାରିଥିବା ବେଳେ ଆଉ ମାତ୍ର ଦୁଇ-ତିନି ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇ ୨୪ ଘଣ୍ଟିଆ ଅତ୍ୟାଧୁନିକ ତଥା ଉନ୍ନତ ମାନର ସ୍ବାସ୍ଥ୍ୟସେବା ଅଭିଜ୍ଞ ସମ୍ପନ୍ନ ବିଶେଷଜ୍ଞ ଡାକ୍ତର , ନର୍ସ , ଟେକ୍ନିସିଆନ ଓ କର୍ମଚାରୀ ମାନଙ୍କ ଦ୍ୱାରା ଯୋଗାଇ ଦିଆଯିବ , ଯାହା ଫଳରେ ତାହା କରୋନା ଭାଇରସ୍ ର ଉଚିତ ମୁକାବିଲା କରିବା ଦିଗରେ ବିଶେଷ ସହାୟକ ହୋଇ ପାରିବ ବୋଲି କୁହାଯାଇଛି ।  ଜିଲ୍ଲାପାଳ ଅନୁପମ ସାହା ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଥିଲେ ଯେ , କୋଭିଡ୍-୧୯ ର କଡା ମୁକାବିଲା କରିବା ପାଇଁ ଗଜପତି ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍-୧୯ ହସପିଟାଲ ପ୍ରସ୍ତୁତ କରାଯାଉଛି । ସେ ଦିଗରେ ଆଜି ଏଠାରେ ତ୍ରି ପାକ୍ଷିକ ଚୁକ୍ତିନାମା ବୁଝାମଣା ପତ୍ର ସ୍ୱାକ୍ଷରିର ହୋଇଛି ଗଜପତି ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ତଥା ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ କଲେଜ ମଧ୍ୟରେ । ଏଠାରେ ଆବଶ୍ୟକ ପଡୁଥିବା ସମସ୍ତ ସ୍ୱାସ୍ଥ୍ୟ ସେବା ତଥା କରୋନା ଭୁତାଣୁ ସଂକ୍ରମିତ ସମ୍ବନ୍ଧୀୟ ସମସ୍ଥ ପ୍ରକାରର ସ୍ୱାସ୍ଥ୍ୟ ସେବା ଓ ପରୀକ୍ଷା ଓ ଆନୁସଙ୍ଗିକ ସମସ୍ତ ବ୍ୟବସ୍ଥା ହାଇଟେକ୍ ମେଡିକାଲ କଲେଜ ପକ୍ଷରୁ ଯୋଗାଇ ଦିଆଯିବ ସରକାରଙ୍କ ଗାଇଡ଼-ଲାଇନ ଓ ନିର୍ଦ୍ଦେଶ ପ୍ରକାରେ ବୋଲି ଜିଲ୍ଲାପାଳ ଅନୁପମ ସାହା କହିଥିଲେ।

0
0
0
s2sdefault