ହେଡଲାଇନସ୍:

କେମିତି ପାଳିବେ ୯ ମିନିଟିଆ ଲାଇଟ ଲିଭା ଆହ୍ୱାନ, ଶୁଣନ୍ତୁ କଣ କହୁଛନ୍ତି ଶକ୍ତି ମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ବିରୋଧରେ ଲଢ଼ୁଥିବା ପ୍ରତିଟି ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରଥମେ ତାଳି ଓ ଥାଳି ବଜାଇବା ପାଇଁ କହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୯ ଟାରେ ୯ ମିନିଟ ପାଇଁ ଲାଇଟ ଅଫ କରି ଦୀପ ବା କ୍ୟାଣ୍ଡେଲ ଜାଳିବା ଅବା  ମୋବାଇଲ ଫ୍ଲାସ ଲାଇଟ ଜଳାଇବା ପାଇଁ ପରାମର୍ଶ ଦେଇଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି | ଆଉ ଏଭଳି ପରିପ୍ରେକ୍ଷୀରେ ରାଜ୍ୟ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର  ଏଜ ଭିଡିଓ ଜାରି କରିଛନ୍ତି | ସମସ୍ତ ବିଦ୍ୟୁତ ସରଞ୍ଜାମ ସୁଇଚ ବନ୍ଦ କରିବା ଦରକାର ନାହିଁ ବୋଲି କହିଛନ୍ତି ମନ୍ତ୍ରୀ କ୍ୟାପଟେନ ମିଶ୍ର |  କେମିତି ପାଳିବେ ଏଇ ୯ ମିନିଟ, କଣ ଲିଭାଇବେ, କଣ ଲିଭାଇବେନି , ସେ ବିଷୟରେ ପ୍ରାଞ୍ଜଳ ଭାବେ କହିଛନ୍ତି ମନ୍ତ୍ରୀ କ୍ୟାପଟେନ ମିଶ୍ର | ତେବେ ନିଶ୍ଚୟ ଶୁଣନ୍ତୁ ଏହି ଭିଡିଓ | 

0
0
0
s2sdefault