ହେଡଲାଇନସ୍:

ଆଜି ରାତି ୮ଟାରେ ହଟିବ ତିନୋଟି ସହରରୁ ସଟ ଡାଉନ : ମୁଖ୍ୟ ସଚିବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁର୍ଯ୍ୟନଗର ରୋଗୀ କଲିକତାରୁ ଓ ବମିଖାଲ ରୋଗୀ ଭୋପାଳରୁ ସଂକ୍ରମଣ ଆଣିଥିଲେ 

ଓଡ଼ିଶାରେ ଗଣ ସଂକ୍ରମଣର କୌଣସି ଆଭାସ ମିଳିନାହିଁ  

ଭୁବନେଶ୍ୱର( ଶାସକ ପ୍ରଶାସକ) ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ସଟ ଡାଉନ ଆଜି ତିନିଟି ସହରରୁ ଉଠିବାକୁ ଯାଉଛି | ସରକାରଙ୍କ ନିର୍ଦ୍ଦେଶକୁ ଲୋକ ମାନିଥିବା ଯୋଗୁ ଜଣ ସାଧାରଣଙ୍କୁ  ଓ ଏହାର କାର୍ଯ୍ୟକାରିତାରେ ସହଯୋଗ କରିବା ଯୋଗୁ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟସଚିବ ଅସିତ ତ୍ରିପାଠୀ | 

ଏହି  ସଟ ଡାଉନ ବେଳେ  ଜଣାପଡିଲା ଯେ ସୂର୍ଯ୍ୟନଗର କେଶ କଲିକତାରୁ  ଓ ବମିଖାଲ କେଶ  ଭୋପାଳରୁ କରୋନା ସଂକ୍ରମଣ ଆଣିଥିଲେ |  ୪୮ ଘଣ୍ଟା ସଟ ଡାଉନ ସର୍ଭେରୁ ଏହା ଜଣାପଡିଲା  | ତେଣୁ ଗଣ ସଂକ୍ରମଣର ଆଭାସ ମିଳିନି |  ଆଗକୁ ୭/୧୦ ଦିନ ଆମେ କଣ୍ଟେନମେଣ୍ଟ କରିବୁ | ଆଜି ତିନି ସହରରୁ ସଟ ଡାଉନ ହଟିବ | ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ  | ହେଲେ ରାତି ୮ଟା ପରେ ସଟ ଡାଉନ ହଟିଲା ବୋଲି ଅତର୍ଚ୍ଛା ହୋଇ ଅଯଥା ଭିଡ କରିବେ ନାହିଁ  | ଯଦି ବାହାରେ ଅଯଥା ଭିଡ କରିବେ ବା ସୋସିଆଲ ଡିଷ୍ଟାନସିଂ ନାକାରରିବା  ତେବେ ପରିବା ବା ଗ୍ରୋସେରୀ ଆଣିବାକୁ ଯାଇ କରୋନା ନେଇକି ଆସିବେ ବୋଲି ଚେତାଇ ଦେଇଛନ୍ତି ମୁଖ୍ୟ ସଚିବ 

0
0
0
s2sdefault