ହେଡଲାଇନସ୍:

ଜେନିଥ ଗ୍ରୁପ ଅଫ ଇଷ୍ଟିଚ୍ୟୁସନ ତରଫରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଏକାବନ ହଜାର ଟଙ୍କା ପ୍ରଦାନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)- କୋରୋନା ଯେ କେତେ ଭୟଙ୍କର ଏହା ବର୍ତ୍ତମାନ ସାଧାରଣ ଲୋକ ମଧ୍ୟ ଅନୁଭବ କରି ସାରିଲେଣି । ବୋଧହୁଏ ଏଥିପାଇଁ ଏହି ମହାମାରୀ ର ମୁକାବିଲା କରିବା ପାଇଁ ସରକାରଙ୍କ ସହିତ ସାଧାରଣ ଜନତା ମଧ୍ୟ ଅଣ୍ଟା ଭିଡି ବାହାରି ଗଲେଣି । ଗତ କିଛିଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଦ୍ମପୁର ଉପଖଣ୍ଡର ଅନେକ ଲୋକ ସହାୟତା ରାଶି ପ୍ରଦାନ କରିଛନ୍ତି ମହାମରୀର ମୁକାବିଲା କରିବା ପାଇଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ତିନି ମାସର ଦରମା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ପ୍ରଦାନ କରିଛନ୍ତି ।  ପଦ୍ମପୁର ସହରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜେନିଥ ଗ୍ରୁପ ଅଫ ଇଷ୍ଟିଚ୍ୟୁସନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ୫୧,୦୦୦ ଟଙ୍କା ସହାୟତା ରାଶି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହି ଅବସରେ ଜେନିଥ ଗ୍ରୁପ ଅଫ ଇଷ୍ଟିଚ୍ୟୁସନର ସଭାପତି ପ୍ରତାପ ମିଶ୍ର, ଉପସଭାପତି ଶୁସାନ୍ତ କୁମାର ରଥ,ସମ୍ପାଦକ ପବନ କୁମାର ଅଗ୍ରୱାଲ ଓ କୋଷାଧ୍ୟକ୍ଷ ମହମ୍ମଦ ଜାବେଦ ଉପସ୍ଥିତ ଥିଲେ ।

0
0
0
s2sdefault