ହେଡଲାଇନସ୍:

ଏଥର ଶୁଭିବନି ଋଷି ପୁତ୍ରେ : ଦଣ୍ଡ ଯାତ୍ରା ବନ୍ଦ୍ ,ପରମ୍ପରା ଭାଙ୍ଗିଦେଲ "କରୋନା "।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରୋଜଗାର ହରାଇଲେ କଳାକାର, କ୍ଷତି ସହିବେ ଯାତ୍ରା କମିଟି ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା କଳା ଓ ସସଂସ୍କୃତି ପରିଚୟ ତଥା ନିଷ୍ଠା ଓ ଭକ୍ତିର ଅନନ୍ୟା ପରମ୍ପରା ଦଣ୍ଡ ଯାତ୍ରା ଶହ ଶହ ବର୍ଷର ପରମ୍ପରା ଧାରାକୁ ଏ ବର୍ଷ ବାଟ ଓଗାଲିଛି ମହାମାରୀ 'କରୋନା ଲକ୍ ଡାଉନ୍' । ବିଶ୍ବ ବ୍ୟାପୀ ହାହାକାର ସୃଷ୍ଟି କରିଥିବା କରୋନା ସଂକ୍ରମଣ ଆଶଙ୍କାକୁ ଆଖି ଆଗରେ ରଖି ଚଳିତ ବର୍ଷ ଦଣ୍ଡ ଯାତ୍ରା ଉପରେ ଜିଲ୍ଲା ପ୍ରଶାସନ ରୋକ ଲଗାଇଛି । ଉଲ୍ଲଂଘନ କଲେ କାର୍ଯାନୁଷ୍ଠାନ ପାଇଁ ଚେତାବନୀ ଦିଆ ଯାଇଛି । ଏହା ସହିତ ବୀରମହାରାଜପୁର ବ୍ଲକ ର ଗୋଧନେଶ୍ଵର , ସୁନାରି ବେନୀ,  ସୁବଳୟା,  ପିତାମହୁଲ, କମଳ ପୁର,ତେନ୍ତୁଳିମହଦା, ବାଗବର, ଉଫୁଲା, ମେଣ୍ଡାମାଲ, ଟିଠିପାଲି, ଗଉଡଗାଡ ,ଦାଦର ପାଲି, ବଡ ବଡାକଟା ,ମାଣିକପୁର, ବଡମାଳ, ଚୌକା, ସେରଗେଡା ଓ ଆମ୍ବଶରଭଟା ଆଦି ଗ୍ରାମ ର ଦଣ୍ଡ ଯାତ୍ରାକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି ।

0
0
0
s2sdefault