ହେଡଲାଇନସ୍:

ବୀରମହାରାଜପୁର ରୁ ୧୦ ସଂଖ୍ୟାଲଘୁଙ୍କ ଉଦ୍ଧାର : ଅଞ୍ଚଳରେ କୋକୁଆ ଭୟ ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର   ଉପଖଣ୍ଡରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ ଘରେ ୧୦ ଜଣ ଅପରିଚିତ ଲୋକ କିଛି ଦିନ ହେଲା ରହିଆସୁଥିଲେ । ଦିଲ୍ଲୀ ନିଜାମୁଦ୍ଦିନ ଘଟଣା ପରେ ସ୍ଥାନୀୟ ଲୋକେ ସନ୍ଦେହ କରି ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ସ୍ଥାନୀୟ ପୋଲିସ ଘର ତଲାସୀ ବେଳେ ଦିଲ୍ଲୀ ଅଶୋକ ନଗର ଅଞ୍ଚଳର ୯ ଜଣ ଓ ଉତ୍ତର ପ୍ରଦେଶର ମିରଟ ଲୋହିପା ନଗର ଅଞ୍ଚଳର ଜଣକୁ ଠାବ କରାଯାଇଥିଲା । ବୀରମହାରାଜପୁର ଡାକ୍ତରଖାନାରେ ସେମାନେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ଥାନୀୟ ହାଇସ୍କୁଲ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ସେମାନେ ଗତ ୧୭ ତାରିଖରୁ ଆସି ବୀରମହାରାଜପୁର ରହୁଥିବା ପୁଲିସ କହୁଛି । ତେବେ ଏହି ବ୍ୟକ୍ତି ମାନେ ଦିଲ୍ଲୀରୁ ଗତ ଫେବୃୟାରୀ ୨୬ ତାରିଖରେ ନନ୍ଦନକାନନ ଏକ୍ସପ୍ରେସ ରେ ୨୭ ତାରିଖ ରେ କଟକ ପହଞ୍ଚିଥିଲେ । ୨୭ ତାରିଖ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଯାଇ ସେଠାରେ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ରହି ୩ରେ ସୋନପୁର ଆସିଥିଲେ । ୩ ଓ ୧୧ ପର୍ଯ୍ୟନ୍ତ ସୋନପୁର ମଝିପଡାରେ ଦୁଇଟି ମସଜିଦରେ ରହି ୧୧ ତାରିଖ ଦିନ ବୌଦ୍ଧ ଜିଲ୍ଲା ମନମୁଣ୍ଡା ମସଜିଦରେ ୧୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ରହିଥିଲେ । ୧୬ ତାରିଖରେ ବୌଦ୍ଧ ସହରର ମସଜିଦକୁ ଯିବା ପରେ ୧୭ ତାରିଖ ଦିନ ବୀରମହାରାଜପୁର ଆସିଥିଲେ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ୩ ତାରିଖ ପର୍ଯ୍ୟନ୍ତ ରହିଥିବା । ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆ ଜିଲ୍ଲାପାଳଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଥିବା ସୂଚନା ମିଳିଛି ।

0
0
0
s2sdefault