ହେଡଲାଇନସ୍:

କରୋନା ମାଡ଼ରେ ଛଟପଟ ରିକ୍ସା ଚାଳକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ  ଚିଫ୍  ରମାକାନ୍ତ ବିଶ୍ବାଳ: କରୋନା ଦୁର୍ଦଶାରେ ଦୁଃଖରେ କାଳାତିପାତ କରୁଛନ୍ତି ସମ୍ବଲପୁର ସହରରେ  ରିକ୍ସା ଚାଳନା କରି ପରିବାର ପ୍ରତିପୋଷଣ କରୁଥିବା ଶହ ଶହ  ରିକ୍ସା ଚାଳକ l ଲକ୍ ଡାଉନ ଯୋଗୁଁ ଲୋକେ ଘରୁ ବାହାରୁ ନ ଥିବା ବେଳେ ଗ୍ରାହକ ଅପେକ୍ଷାରେ ଛକ ମାନଙ୍କରେ ଅପେକ୍ଷା କରି ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି l ଲୋକଙ୍କ ଯାତାୟତରେ ହ୍ରାସ ପାଇଥିବାରୁ ରିକ୍ସାରେ କିଏ ବା ଯାତାୟତ କରିବ l   ଦିନକୁ ଦିନ ରିକ୍ସା ଚାଳକଙ୍କ ଦୁଃଖ ଜଟିଳ ହେବାରେ ଲାଗିଛି l  ନୂଆପଡା ଜ଼ିଲ୍ଲାରୁ ଆସି ସମ୍ବଲପୁର ସହର ଏନ ଗୁହା ଗଳି, ନୁଆଁପଡାରେ ରହି ରିକ୍ସା ଚାଳନା ପୂର୍ବକ ଏବେ ଏକାକୀ ରହୁଛନ୍ତି  ଭାସ୍କର ତାଣ୍ଡି l ଦୀର୍ଘ 36 ବର୍ଷ ହେବ ଭାସ୍କର  ରିକ୍ସା ଚଳାଇ ଆସୁଥିବା ବେଳେ  କୋଡିଏ ବର୍ଷ ହେବ ସ୍ତ୍ରୀ ମରିଗଲା ପରେ ୨ ଝିଅ ରାୟପୁରରେ ରହି କାମ କରୁଛନ୍ତି l 

ତେବେ, ରିକ୍ସା ଚଲାଇବା ଯେତିକି କଷ୍ଟ ତା ଠାରୁ ଅଧିକ କଷ୍ଟ ମିଳୁଛି ଭୋକ ଉପବାସ l ଏଭଳି ସ୍ଥିତିରେ ସମାଜସେବୀ ମାନଙ୍କ ଦ୍ଵାରା ଦିଆଯାଉ ଥିବା ଖାଦ୍ୟ କିମ୍ବା ଡାକ୍ତରଖାନାରେ ମିଳୁଥିବା ପାଞ୍ଚ ଟଙ୍କିଆ ଆହାର ଖାଇ ବଞ୍ଚୁ ଥିବା ପ୍ରକାଶ କରନ୍ତି ରିକ୍ସା ଚାଳକ ଭାସ୍କର ତାଣ୍ଡି  l  ତେବେ, ଏଭଳି ସ୍ଥିତିରେ ରିକ୍ସା ଚାଳକ ମାନଙ୍କ ରୋଜଗାର ବନ୍ଦ ହେବା ଫଳରେ ଦୁର୍ଦଶା ରେ କାଳତିପାତ କରୁଥିବା ରିକ୍ସା ଚାଳକ ମାନଙ୍କ ପାଇଁ ସରକାରୀ ସାହାଯ୍ୟ ସହାୟତାର ଆବଶକ୍ୟତା ରହିଥିବା ବୁଦ୍ଧିଜୀବି ମତ ପ୍ରକାଶ କରନ୍ତି l

 

0
0
0
s2sdefault