ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ, ବିଧାୟକ, ଲୋକପ୍ରତିନିଧି ପାଇବେ ଦରମାର 30%: ସର୍ବ ଭାରତୀୟ ସେବା ଅଧିକାରୀ ପାଇବେ 50 %

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର  : କରୋନା ଜନିତ ସମ୍ଭାବ୍ୟ ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡିଶା ସରକାର କଠୋର ଆର୍ଥିକ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କ ପକ୍ଷରୁ କରାଯାଇଥିବା ଖର୍ଚ୍ଚ କାଟ ନିଷ୍ପତ୍ତି( ଅଷ୍ଟେରିଟି ମେଜର) ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ନିଗମ ଅଧ୍ୟକ୍ଷ ଓ ସ୍ଥାନୀୟ ସ୍ଵୟତ୍ତ ଶାସନ ସଂସ୍ଥାର ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଦରମାରୁ 70 ପ୍ରତିଶତ ଅଂଶକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ । ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ସେମାନେ  ବର୍ତ୍ତମାନ ଠାରୁ ସେମାନଙ୍କ ଦରମାର 30% ଅର୍ଥ ପାଇବେ । 

 ସେହିପରି ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌  ସର୍ବ ଭାରତୀୟ ସେବାର  ଅଧିକାରୀଙ୍କ ଦରମାର 50  ପ୍ରତିଶତ ଦରମାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ । ସେମାନେ ବର୍ତ୍ତମାନ ଠାରୁ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ମୋଟ ଦରମାର 50 ପ୍ରତିଶତ ପାଇବେ । ଏହା ତତ୍କାଳ ଲାଗୁ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

0
0
0
s2sdefault