ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପଞ୍ଚାୟତରାଜ ଦିବସ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି ।

 ଜିଲ୍ଲା ପରିଷଦ ସଭାପତି ଅନିତାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଞ୍ଚାୟତ ରାଜ ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ଓ ଓଡ଼ିଶାର ବରପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ କର୍ମମୟ ଜୀବନୀ ଓ ତାଙ୍କ ସାହସିକ ନିଷ୍ପତ୍ତି ପଦକ୍ଷେପ ସମ୍ପର୍କରେ କହିଥିଲେ ।  ମୁଖ୍ୟତଃ ପଞ୍ଚାୟତ ରାଜ ବ୍ୟବସ୍ଥାରେ ମହିଳା ମାନଙ୍କୁ ସଶକ୍ତ କରାଇବା ଓ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାରେ ମହିଳାଙ୍କ ନିମନ୍ତେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ସହ ମହିଳା ମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିବା ପ୍ରଭୃତି ନେଇଥିବା ଭୂମିକା ଅନ୍ୟତ୍ର ବିରଳ ।  ସେ ତାଙ୍କ କର୍ମମୟ ଜୀବନ ମଧ୍ୟରେ ଓଡ଼ିଶାର ଅର୍ଥନୈତିକ ବିକାଶ କିଭଳି ଆଗକୁ ବଢ଼ିପାରିବ ସେ ଦିଗରେ ବିଭିନ୍ନ ପଦକ୍ଷେପ ନେଇଥିଲେ ।

ବାସ୍ତବରେ ବିଜୁ ପଟ୍ଟନାୟକ ଜଣେ ଦକ୍ଷ ନେତା , ଶାସକ , ପାଇଲଟ ଓ ଯୁଗୋପଯୋଗୀ ନିଷ୍ପତ୍ତି ନେବା ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ତେଣୁ ତାଙ୍କ କର୍ମମୟ ଜୀବନକୁ ପାଥେୟ କରି ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପାଧ୍ୟକ୍ଷା ଆର.ବିଜୟ କୁମାର , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଶିକ୍ଷାବିତ ବିଚିତ୍ରା ନନ୍ଦ ବେବର୍ତ୍ତା , ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ଜୁଭେନାଇଲ ବୋର୍ଡ ସଦସ୍ୟ ଭାଗ୍ୟଲକ୍ଷ୍ମୀ ନାୟକ ,ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ  ଲିଙ୍ଗରାଜ ଦାସ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ ରାଜ ଓ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାରେ ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅବଦାନ ଏବଂ ମହିଳା ମାନଙ୍କୁ ସଶକ୍ତ କରାଇବା ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ କରାଇବା ଦିଗରେ ତାଙ୍କର ରହିଥିବା ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ଶେଷଦେବମିଶ୍ର , ଓଡିଶା ଜୀବିକା ମିଶନ ଡ଼ିପିଏମ ପ୍ରିୟମ୍ବଦା ବିଶୋଇ , ଡିଆରଡିଏ ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିରାଜ ଅଧିକାରୀ , ଏପିଡ଼ି ଦେବେନ୍ଦ୍ର କର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ପ୍ରମୁଖ ଯୋଗଦେଇ ପଞ୍ଚାୟତ ରାଜ ଦିବସ ପାଳନ ଆଭିମୁଖ୍ୟର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।

ଜିଲ୍ଲା ପଞ୍ଚାୟତ ଅଧିକାରୀ ବସନ୍ତ କୁମାର ପାତ୍ର ଯୋଗଦେଇ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault