ହେଡଲାଇନସ୍:

ଓଡିଶା ବାସୀଙ୍କୁ ବିଶ୍ୱସ୍ତରୀୟ ଚିକିତ୍ସା ଯୋଗାଇଦେବା ଆମ ଲକ୍ଷ୍ୟ : ନବୀନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Cuttack(shasak prashasak) :  "ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ | କଟକ ସହର ସହ ତାଙ୍କ ସମ୍ପର୍କ ଥିଲା ନିବିଡ | ଏହି କଟକ ମାଟିରେ ସେ ବଡ ହୋଇଥିଲେ | ବ୍ରିଟିଶ ପୋଲିସ ବିରୋଧରେ ଲଢେଇ କରିଥିଲେ |ଏଇ କଟକରୁ ସେ ପେଶାବାର ସାଇକେଲରେ ଯାଇଥିଲେ | କଟକ ସହ ଆମ ପରିବାରର ସମ୍ପର୍କ ସ୍ୱତନ୍ତ୍ର | ଖୁସିର କଥା, ଏଇ ଅବସରରେ ଆଜି ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ କାମ ଆରମ୍ଭ କରାଗଲା | ଓଡିଶା ବିକାଶ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହୋଇଗଲା" ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି | 

ଆଜି କଟକ ବାଲିଯାତ୍ରା ପଡିଆ ଠାରେ ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ପ୍ରସ୍ତାବିତ ପ୍ରକଳ୍ପ ସକାଶେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏସସିବି ମେଡିକାଲ କଲେଜ-ହସ୍ପିଟାଲ ସାଧାରଣ ଲୋକଙ୍କ ଆଶା ଓ ଭରସାର କେନ୍ଦ୍ର | ରାଜ୍ୟ ବାହାରୁ ବି ଅନେକ ଲୋକ ଏଠାକୁ ଚିକିତ୍ସିତ ହେବାକୁ ଆସନ୍ତି | ତେଣୁ ଏସସିବି ମେଡିକାଲ କଲେଜ ଭିତ୍ତିଭୂମିର ବିକାଶ ଜରୁରୀ ହୋଇପଡିଛି | ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରି ଓଡିଶା ବାସୀଙ୍କୁ ବିଶ୍ୱସ୍ତରୀୟ ଚିକିତ୍ସା ଯୋଗାଇଦେବା ଆମ ଲକ୍ଷ୍ୟ | ଆପଣମାନଙ୍କ ଆଶୀର୍ବାଦରେ ଆଜି ଆମ ସରକାର ଲୋକଙ୍କ ସେବାରେ ୨୦ ବର୍ଷ ପୂର୍ତ୍ତି କଲା | ଆପଣମାନଙ୍କ ସ୍ନେହ ଓ ଭଲ ପାଇବା ପାଇଁ ମୁଁ ଆପଣମାନଙ୍କ ପାଖରେ ରୁଣୀ | ଏକ ସଶକ୍ତ ଓ ସମୃଦ୍ଧ ଓଡିଶା ଗଠନ ଆମର ଲକ୍ଷ୍ୟ ବୋଲି ବାଲିଯାତ୍ରା ପଡିଆରେ ଆୟୋଜିତ ବିଶାଳ ଜନ ସମାବେଶରେ ଉପସ୍ଥିତ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି | 

ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପ୍ରତାପ ଜେନା,ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ସରୋଜିନୀ ହେମ୍ବ୍ରମ, ସାଂସଦ ପ୍ରମିଳା ବିଶୋଇ, ବିଧାୟକ ଅଶ୍ୱିନୀ ପାତ୍ର,ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଉଷା ଦେବୀ, ସ୍ନେହାଙ୍ଗିନୀ ଛୁରିଆ ସର୍ବୋପରି  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଏସସିବି ମେଡ଼ିକାଲ କଲେଜକୁ ବିଶ୍ୱସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ରୁପାୟନ ଦାୟିତ୍ୱରେ ଥିବା ୫-ଟି ସଚିବ ଭି କେ ପାଣ୍ଡିୟାନଙ୍କ ସମେତ ବହୁବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ |  

0
0
0
s2sdefault