ହେଡଲାଇନସ୍:

ଗୋଟେ ଗାଡିରୁ 6 ଲକ୍ଷ 72 ହଜାର 445 ଟଙ୍କାର ଫାଇନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୌଦ୍ଧ(ଶାସକ ପ୍ରଶାସକ)ବୌଦ୍ଧ ଜିଲ୍ଲାରେ ଟ୍ରାଫିକ ନିୟମ କଡାକଡି। ବିଭିନ୍ନ ଟ୍ରାଫିକ ନିୟମ ଉଲଂଘନ ଅଭିଯୋଗରେ ମିନାର ନାମକ ଏକ ଘରୋଇ ବସ କୁ 6 ଲକ୍ଷ 72 ହଜାର 445 ଟଙ୍କାର ଫାଇନ କାଟିଲା ବୋୖଦ୍ଧ ଜିଲ୍ଲା ଆରଟିଓ। ଏହି ବସଟି ଭୁବନେଶ୍ୱର ରୁ ବୋୖଦ୍ଧ ଯାତାୟତ କରୁଥିଲା। ତେବେ ଆରଟିଓଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ମିନାର ବସ 5 ଟି ଟ୍ରାଫିକ ନିୟମ ଉଲଂଘନ କରିଥିବା ଜଣାପଡିଛି । ଏକ-ବସ ଟି ବିନା ରେଜିଷ୍ଟ୍ରସନ ରେ ଚାଲୁଥିଲା.ଫାଇନ-5000, ଦୁଇ-177 ଧାରା ଅନୁସାରେ ନିୟମ ଉଲଂଘନ. ଫାଇନ-500,ତିନି-ଧାରା 192ଏ ବସ ର ରୁଟ ପରମିଟ ନାହିଁ.ଫାଇନ-10000,ଚାରି-ବସ ର ଇଂସୁରାନ୍ସ ନାହିଁ.ଫାଇନ-2000,ପାଞ୍ଚ-2018 ମସିହାରୁ 2020 ମସିହା ମଧ୍ୟରେ ବସର ଟ୍ୟାକ୍ସ ଫାଇନ-6 ଲକ୍ଷ 54 ହଜାର 945 ଟଙ୍କା। ଫଳରେ ବସ ର ସମୁଦାୟ ଫାଇନ 672445 ଟଙ୍କା। ଚଳିତ ମାସ 1 ତାରିଖରୁ ଟ୍ରାଫିକ ନିୟମ କଡାକଡି ହେବା ପରେ ଆକ୍ଟିଭ ମୋଡ଼କୁ ଆସିଥିବା ବୋୖଦ୍ଧ ଆରଟିଓ ମିନାର ବସ ର ଗତିବିଧି ଉପରେ କାହିଁକି ନଜର ରଖିପାରିଲା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

0
0
0
s2sdefault