ହେଡଲାଇନସ୍:

ଉପଜିଲ୍ଲାପାଳ ଙ୍କର ପ୍ରତିଶୃତି ପରେ ହଟିଲା ରାସ୍ତା ଅବରୋଧ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ବରତୁଣ୍ଡା ଠାରେ ଆଞ୍ଚଳିକ କୃଷକ ମହାସଂଘର ଚାଷୀମାନେ ପାଇକମାଲ ନୂଆପଡା ରାସ୍ତା ସକାଳ ସାତଟା ରୁ ଅବରୋଧ କରିଥିଲେ । ମୁଖ୍ୟ ସମସ୍ୟା ହେଲା ବରତୁଣ୍ଡା ମଣ୍ଡି ର ବହୁ ଚାଷୀଙ୍କର ଧାନ ସମୟ ସୀମା ମଧ୍ୟରେ ବିକ୍ରି ହେଇ ପାରି ନାହିଁ । ଯାହା ଫଳରେ ଚାଷୀ ବାଧ୍ୟ ହେଇ ଆଜି ରାସ୍ତା ଅବରୋଧ କରିଥଲା ।ପଦ୍ମପୁର ଉପଜିଲ୍ଲାପାଳ , ଓ ପ୍ରଶାସନିକ ଅଧିକରିକରି ମାନଙ୍କର ସହିତ ଆନ୍ଦୋଳନ କାରୀ ଚାଷୀ ମାନଙ୍କର ଆଲୋଚନା ଓ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଙ୍କର ପ୍ରତିଶ୍ରୁତି ପରେ ଆନ୍ଦୋଳନ କାରୀ ଚାଷୀ ରାସ୍ତା ଅବରୋଧ ରୁ ହଟିବା ପରେ ଦୀର୍ଘ ପଞ୍ଚାଘଣ୍ଟା ପରେ ରାସ୍ତା ଅବରୋଧ ହତିଥିଲା । ବଲାଙ୍ଗୀର SP ,ଶ୍ରୀ ସନ୍ଦୀପ ମାଡ଼କେର , ବରଗଡ଼ ଅତିରିକ୍ତ SP ଶ୍ରୀ ଅମରେନ୍ଦ୍ର ରଣା,ପଦ୍ମପୁର sdpo ଶ୍ରୀ ପ୍ରଦୀପ କୁମାର ସାହୁ ,  ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା , ପ୍ରମୁଖ ଆନ୍ଦୋଳନ କାରୀ ମାନଙ୍କର ସହିତ ଆଲୋଚନା କରିଥିଲେ ।

0
0
0
s2sdefault