ହେଡଲାଇନସ୍:

ବିଜୁ ଜୟନ୍ତୀରେ ପୁରସ୍କୃତ ହେଲେ ଅଶୋକ ନନ୍ଦନ, ପ୍ରଣବ ଧରିବେ ବିଜେଡିର ସାଙ୍ଗଠନିକ ମଙ୍ଗ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନିଯୁକ୍ତି ଆଦେଶରେ ଖୋଲାଖୋଲି ଦଳପ୍ରତି ଅବଦାନକୁ ସ୍ୱୀକୃତି 

କାକତାଳୀୟ ହେଲେ ବି  ବବିଙ୍କ ପାଇଁ ଶ୍ରେଷ୍ଠ ଉପହାର ଓ ବଡ ସ୍ଵୀକୃତି 

 ବିଜେଡି ପାଇଁ ବବି ଓନିଡା ଟିଭିର ସେଇ ପୁରୁଣା ବିଜ୍ଞାପନ ସ୍ଲୋଗାନ "ନେବର୍ସ ଏନଭି, ଓନର୍ସ ପ୍ରାଇଡ"

ଶାସକ ପ୍ରଶାସକ (ଗିରିଜା ଶଙ୍କର ଦାଶ)  : ଏକଦା ପ୍ରବାଦ ପୁରୁଷଙ୍କ ଏକାନ୍ତ ଅନୁଗତ ଥିବା ଲଢ଼ୁଆନେତା ସ୍ବର୍ଗତ ଅଶୋକ ଦାସଙ୍କ ସୁପୁତ୍ର ଯୁବ ବିଜେଡି ନେତା ତଥା ଦଳର କ୍ରାଇସିସ ମ୍ୟାନେଜର ପ୍ରଣବ ପ୍ରକାଶ ଦାସଙ୍କୁ ବିଜୁ ନନ୍ଦନ ନବୀନ ପଟ୍ଟନାୟକ କରିଛନ୍ତି ପୁରସ୍କୃତ | ଦଳ ପ୍ରତି ନିଷ୍ଠା, ଦଳପତିଙ୍କ ପ୍ରତି ପ୍ରଗାଢ ଆନୁଗତ୍ୟ ସର୍ବୋପରି ଦଳର ସଂକଟମୋଚକ ଭୂମିକା ପାଇଁ ତାଙ୍କୁ ଆଜି ବିଜୁ ବାବୁଙ୍କ ଜୟନ୍ତୀରେ ପୁରସ୍କୃତ କରିଛନ୍ତି ବିଜେଡି ସଭାପତି | ଦେଇଛନ୍ତି ବିରାଟ ତଥା ଗୁରୁତ୍ୱପୂର୍ଣ ଉପହାର | ତାଙ୍କୁ କରିଛନ୍ତି ଦଳର ସଂଗଠନ ସମ୍ପାଦକ, ଆଉ ଦଳର ସୁଖ ଦୁଃଖ ସହିତ ନିଜକୁ ସାମିଲ କରିନେଇଥିବା ବବିଙ୍କ ହାତରେ ଏବେ ଦଳପତି ଦେଇଛନ୍ତି ଦଳ ସଂଗଠନର ମଙ୍ଗ | ଆଉ ସବୁଠାରୁ ବଡ଼କଥା ହେଲା ଦଳ ପକ୍ଷରୁ ବାହାରିଥିବା ଅଫିସ ଅର୍ଡ଼ରରେ ଖୋଲାଖୋଲି ଉଲ୍ଲେଖ କରାଯାଇଛି କାହିଁକି ତାକୁ ଦିଆଗଲା ଦଳର ଏତେବଡ ଗୁରୁ ଦାୟିତ୍ୱ ! ସେଥିରେ କୁହାଯାଇଛି ହେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ, ବିଜେପୁର ଆଉ ଓ଼ଟକୁରା ଉପନିର୍ବାଚନ ସମୟରେ ସେ ଦଳ ପାଇଁ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଛନ୍ତି ଦଳପାଇଁ କଠିନ ପରିଶ୍ରମ କରିଛନ୍ତି | ତେଣୁ ଦଳପ୍ରତି ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ଦଳର ସାଙ୍ଗଠନିକ ବ୍ୟାପାରର ଦାୟିତ୍ୱର ଦିଆଯାଇଛି | କେହି ଏହାକୁ କାକତାଳୀୟ ବା କୋଇନସିଡେଣ୍ଟାଲ କହିପାରନ୍ତି, ହେଲେ  ବାସ୍ତବିକ ଜଣେ ବିଜୁଙ୍କ ଶ୍ରେଷ୍ଠ ଅନୁଗତଙ୍କ ସନ୍ତାନଙ୍କୁ ବିଜୁ ଜୟନ୍ତୀରେ ବିଜୁ ନନ୍ଦନଙ୍କ ଦ୍ୱାରା ଏଭଳି ନିଯୁକ୍ତିଠୁ ବଡ ଆଉ ଶ୍ରେଷ୍ଠ ଉପହାର ଓ ବଡ ସ୍ଵୀକୃତି କଣ  ହୋଇପାରେ !

ଦଳ ଆଉ ବବି, ଏକ ଆଉ ଅଭିନ୍ନ | ନିଜ ସଙ୍ଗଠନକୁ ମଜଭୁତ ରଖିବା ସହ ରାଜ୍ୟବ୍ୟାପୀ ବୁଲି ବୁଲି ଦଳପାଇଁ କାମ କରିବାରେ ବବି କେବେ କୁଣ୍ଠା ପ୍ରକାଶ କରିନାହାନ୍ତି | ଯେତେବେଳେ କେହି ନପାରିବେ, ବବିଙ୍କୁ ଖୋଜାପଡେ | କୋଉଠି କ୍ରାଇସିସ ମ୍ୟାନେଜର ଭୂମିକାର ଆବଶ୍ୟକତା ପଡେ ସେତେବେଲେ ବବିଙ୍କୁ ଲୋଡ଼ାଯାଏ |  ଯେତେବେଲେ ଯେଉଁ ଦାୟିତ୍ୱ ମିଳିଛି ସେତେବେଳେ ତାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ସଫଳ କରିଛନ୍ତି | ସେ ପଂଚାୟତ ନିର୍ବାଚନ ହେଉ ବା ପୌର ନିର୍ବାଚନ, ସାଧାରଣ ନିର୍ବାଚନ ହେଉ ବା ଉପନିର୍ବାଚନ, ପ୍ରଣବ ପ୍ରାୟତ ସବୁ ମ୍ୟାଚ ଜିତେଇଛନ୍ତି | ମ୍ୟାଚରେ ତାଙ୍କ ଷ୍ଟ୍ରାଇକ ରେଟ ୯୯.୯ % | କେବଳ ସୁନ୍ଦରଗଡରେ ନନ୍ଦ ପୁଅଙ୍କ ସାଙ୍ଗଠନିକ ଅପାରଗତା କାରଣରୁ ଟିକେ ଅଡୁଆ ହୋଇଗଲା, ନହେଲେ ଆଉ ସବୁ ମ୍ୟାଚରେ ପ୍ରଣବ ନଟଆଉଟ ରହି ଦଳ ପାଇଁ ଆଣିଛନ୍ତି ସଫଳତା | ପ୍ରତିପକ୍ଷର କାହୁଁ  କାହୁଁ ମହାରଥୀଙ୍କ ରଣନୀତିକୁ ଫେଲ କରେଇ ବହୁ ଟାଣୁଆ ନେତାଙ୍କୁ ଧରାଶାୟୀ କରିଛନ୍ତି ନିଜ ରାଜନୈତିକ ପଟୁତା କାରଣରୁ | ସଭାପତିଙ୍କର ବବିଙ୍କ ପ୍ରତି ରହିଛି ପ୍ରଗାଢ଼ ଆସ୍ଥା | ଆଉ ଆଜି ଯାଏ କୌଣସି କାମରେ ସେ ଦଳପତିଙ୍କୁ ସୁଯୋଗ ଦେଇନାହାନ୍ତି ସନ୍ଦେହ କରିବା ପାଇଁ | ବିରୋଧୀ ଦଳ ଟ ଇର୍ସା କରିବେ ସ୍ୱାଭାବିକ, ହେଲେ ଦଳ ଭିତରେ  ଅନେକ ନେତାଙ୍କ ଈର୍ଷାର କାରଣ ବି ବବି | କିନ୍ତୁ ବବି ହେଉଛନ୍ତି  ବିଜେଡି ଆଉ ନବୀନଙ୍କ ପାଇଁ ଓନିଡା ଟିଭିର ସେଇ ପୁରୁଣା ବିଜ୍ଞାପନ ସ୍ଲୋଗାନ ଭଳି "ନେବର୍ସ ଏନଭି, ଓନର୍ସ ପ୍ରାଇଡ" |   କାହାର ଇର୍ସା ଆଉ କାହାର ସମାଲୋଚନାକୁ ଭୃକ୍ଷେପ ନକରି ହସ ହସ ମୁହଁରେ ସମସ୍ତଙ୍କୁ ନିଜର କରି କାମ କରିଚାଲିଛନ୍ତି ଅନବରତ କେବଳ ଦଳ ପାଇଁ |      

 

0
0
0
s2sdefault