ଗାଁ କଲ୍ୟାଣ ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ,୨୬ ୟୁନିଟ୍ ରକ୍ତ ସଂଗ୍ରହ ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅର୍ନ୍ତଗତ କେନଝରିଆପାଲି ଗାଁ କଲ୍ଯାଣ ସମିତି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭ୍ୟା  ଗାୟତ୍ରୀ ପାଣିଗ୍ରାହୀ ମୁଖ୍ୟ  ଅତିଥି, ସ୍ଥାନୀୟ ସରପଞ୍ଚ ସନ୍ତୋଷ ପଧାନ, ଗାଁ କଲ୍ୟାଣ  ସମିତି ଜିଲା ସଂଯୋଜକ ହିତେଶ ତ୍ରିପାଠୀ, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ମହେନ୍ଦ୍ର ମିଶ୍ର ,ଉପଖଣ୍ଡ ଚିକିତ୍ସାଳୟର ଆୟୁଷ ଚିକିତ୍ସକ ଡ. ପ୍ରକାଶ ମହାନ୍ତି, ଚିକିତ୍ସା ପରିଦର୍ଶକ ବିଶିକେଶନ ରଥ, ଗିରିଧାରୀ ସାହୁ ,ଓଡିଶା ରକ୍ତ ଦାତା ସଂଘର ମନୋଜ ପଣ୍ଡା, ଅଙ୍ଗନୱାଡି ପରିଦର୍ଶିକା ପଣତି ମିଶ୍ର, ସ୍ଵାସ୍ଥ୍ୟ କର୍ମୀ ଅଳକା ମହାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସୋନପୁର ରକ୍ତଭଣ୍ଡାର କେନ୍ଦ୍ରର କର୍ମଚାରୀ ସତ୍ୟ  ତାଣ୍ଡି, ଜଗତ ଦରୱାନ ଓ ଯୁଧିଷ୍ଠିର ନାଏକ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଶିବିରରେ ୨୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଗାଁ ସ୍ବାସ୍ଥ୍ୟ ସମୀକ୍ଷା ସଂଯୋଜକ ଅକୃର ନାଏକଙ୍କ ତତ୍ତ୍ବାବଧାନରେ ଗାଁ କଲ୍ୟାଣ  ସମିତି ସଭାପତି ଗୀତାଞ୍ଜଳି କର୍ଣ୍ଣ, ଆବାହିକା ଅମ୍ବିକା ବିଶି, ଆଶା କର୍ମୀ ମୈଥିଳୀ ମେଣ୍ଡିଲି, ସରସ୍ବତୀ ପଇତା, ସଭ୍ୟା ରୀନା ରଥ, ଗୁଣାସାଗର କନଂ, ବୀରେନ୍ଦ୍ର କ୍ଷେତି, ସଙ୍ଗିତା ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାପରିଚାଳନାରେ ସହଯୋଗ କରିଥିଲେ । ରୀନାରାଣୀ ପଣ୍ଡା, ଗିରିଧାରୀ ସାହୁ, ଗୋବିନ୍ଦ ପାଣିଗ୍ରାହୀ, ପବିତ୍ର ପଳତା, ନିରଞ୍ଜନ ପଧାନ, ଜଗନ୍ନାଥ ମେହର, ମଧୁସୂଦନ କ୍ଷେତି, ମନୋଜ ପଧାନ, ଗୁଣାସାଗର କର୍ଣ୍ଣ , ଡ୍ୟୁପେ ସାହୁ, ପ୍ରଦିପ ପଧାନ,ତରଣୀସେନ ପଧାନ, ଧନମାଲୀ ହୋତା, ଚୈତନ୍ୟ ସାହୁ, ସମିତି ଦେହୁରି, ପବିତ୍ର କମ୍ପ ,ସୁଧାଂଶୁ ପଧାନ, ରାଜକୁମାର ବିଶ୍ବାଲ, ଯାଦବ ପଧାନ, ବିକାଶ ପଧାନ, ସଞ୍ଜିବ ନାଏକ, ବୀରେନ୍ଦ୍ର କ୍ଷେତି, ଗୌରି ପୂଜାରୀ ଓ ଝାସକେତନ ରଣା ପ୍ରମୁଖ ରକ୍ତ ଦାତା ମାନେ ରକ୍ତ ଦାନ କରିଥିଲେ।

 

0
0
0
s2sdefault