ଜାତୀୟ ନିରାପତ୍ତା ଦିବସ ପାଳିତ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶିକ୍ଷା ଜିଲ୍ଲାର ପଣ୍ଡାପାଲି ପ୍ରଥମିକ ବିଦ୍ୟାଳୟରେ ଜାତୀୟ ନିରାପତ୍ତା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁବାସ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସ୍କୁଲ ଶିକ୍ଷା କମିଟିର ସଭାନେତ୍ରୀ ସନ୍ତୋଷିନି ରାଜହଂସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସଭ୍ୟା ପ୍ରମିଳା ରାଜହଂସ, ଭୂମି କ୍ଷେତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ନେଇ କୁଇଜ୍ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ଛାତ୍ର ମାନସ ରାଜହଂସ ଓ ଛାତ୍ରୀ କାଜଲ ରାଜହଂସ କୁ ପୁରସ୍କୃତ କରାଯାଇଥିଲା । ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲେ । ଶେଷରେ ସରକାରୀ ଶିକ୍ଷକ ମେଘନାଦ ଭୋଇ ଜାତୀୟ ନିରାପତ୍ତା ଦିବସର କିଭଳି ସଚେତନତା ରହିବେ ସେହି ଉପରେ ଆଲୋକପାତ କରିଥିଲେ । ବୀରମହାରାଜପୁର ବ୍ଲକର ସମସ୍ତ ବିଦ୍ୟାଳୟ ଚକାବର, ଆମରପାଲି, ସଂଗ୍ରାମପୁର ଓ ଜଟେସିଂହା ପ୍ରମୁଖ ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ନିରାପତ୍ତା ଦିବସ ପାଳିତ ହୋଇଯାଇଛି ।

0
0
0
s2sdefault