ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ଗୃହ ତାଲିକା ଏବଂ ଗୃହ ଗଣନା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଦୁଇ ଦିନିଆ ଗୃହ ତାଲିକା ଏବଂ ଗୃହ ଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଗୃହ ତାଲିକା ଓ ଗୃହ ଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ ଏବଂ ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମଞ୍ଚାସୀନ କରିଥିବା ବେଳେ ରାଜ୍ୟ ସ୍ତରରୁ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଶିକ୍ଷକ ଭାବେ ଆସିଥିବା ସନ୍ତୋଷ କୁମାର ଆଚାର୍ଯ୍ୟ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ ।

ଏହି ଗୃହ ତାଲିକା ଓ ଗୃହ ଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ତହସିଲଦାର , ଜନଗଣନା ଅଧିକାରୀ , ଦାୟିତ୍ୱରେ ଥିବା ଅଧିକାରୀ ,ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳପରିଷଦର ଅଧିକାରୀ ମାନେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ମୁଖ୍ୟତଃ ଏହି ଜନଗଣନା ଅତୀତରେ ହୋଇରହିବା ଜନଗଣନା ମାନଙ୍କ ଠାରୁ ସମ୍ପୁର୍ଣ୍ଣ ଭିନ୍ନ ପ୍ରକାରର। କାରଣ ଏହି ଜନଗଣନା ଭାରତରେ ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ଜନଗଣନା ହେବାକୁ ଯାଉଛି ।ଏହି ଜନଗଣନାରେ ଜନଗଣନାକାରୀ ମାନଙ୍କୁ ନିଜ ନିଜର ମୋବାଇଲ ଫୋନ୍ ମାଧ୍ୟମରେ ପରିବାର ଗୁଡିକରୁ ଡିଜିଟାଲ ମାଧ୍ୟମରେ ସମସ୍ତ ତଥ୍ୟ ସଂଗ୍ରହ କରାଯିବ ।

ଜନଗଣନାର ଗୃହ ତାଲିକା ଓ ଗୃହ ଗଣନା ସମୟରେ ଗଣନାକାରୀ ମାନେ ପ୍ରଥମେ ଗୃହ ଗୁଡିକର ଅବସ୍ଥା , ପରିବାରର ପରିସ୍ଥିତି ଓ ଘରର ବ୍ୟବହାର ସାମଗ୍ରୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ ।ଜନଗଣନା ହେଉଛି , ସହର , ଗ୍ରାମ ଓ ୱାର୍ଡ ସ୍ତରରେ ପ୍ରାଥମିକ ତଥ୍ୟ ପାଇଁ ସର୍ବବୃହତ ଉତ୍ସ-ପରିମାପକ ଯଥା:- ଗୃହର ଅବସ୍ଥା , ସୁବିଧା ସୁଯୋଗ , ବ୍ୟବହାର‌ ସାମଗ୍ରୀ , ଜନତତ୍ତ୍ୱ , ଧର୍ମ , ଅନୁସୂଚିତ ଜାତି ଓ ଜନଜାତି , ଭାଷା , ସାକ୍ଷରତା ,ଶିକ୍ଷା , ଆଥିକ ସ୍ଥିତି , ସ୍ଥାନାନ୍ତରଣ ଏବଂ ପ୍ରଜନନ ସମ୍ବନ୍ଧୀୟ ପ୍ରଭୃତି ସମସ୍ତ ତଥ୍ୟ ଯୋଗାଇ ଦେବାପାଇଁ ଭାରତର ଜନଗଣନାରେ ଏହି ସବୁ ରହିଛି ।ସଂଗୃହିତ ତଥ୍ୟ ସବୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ଦେଶର ଯୋଜନା ପ୍ରଣୟନ ଏବଂ ଉନ୍ନୟନ ନିମନ୍ତେ ଏକ ଦୃଢ ମୂଳଭିତ୍ତି ଯୋଗାଇ ଦେବାରେ ବେଶ ସହାୟକ ହୋଇଥାଏ । ଏହି ସଂଗୃହିତ ହେବାକୁ ଯାଉଥିବା ତଥ୍ୟ ସବୁ ସମ୍ପୂର୍ଣ୍ଣଭାବେ ଗୋପନୀୟ ରଖାଯିବ ବୋଲି ପ୍ରଶିକ୍ଷକ ମାନଙ୍କ ପକ୍ଷରୁ କୁହା ଯାଇଥିବା ଜଣାଯାଇଛି ।

0
0
0
s2sdefault