ଧର୍ମଶାଳାରେ ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଠାରେ ବ୍ଲକ ର ସମସ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ମୁଖ୍ୟ ଅତିଥି, ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ ଓ ଉଲୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏବିଇଓ ସନ୍ତୋଷ ରଥ ସ୍ଵାଗତ ଭାଷଣ ଓ ସିଆରସିସି ପୂର୍ଣ୍ଣଚନ୍ଦ୍ର ପାଢୀ ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାପାଳ ସମସ୍ତ ସ୍କୁଲକୁ ପରିସ୍କାର ପରିଛନ୍ନତା, ମଧ୍ୟାହ୍ନ ଭୋଜନ ବ୍ୟଘତ ସୃଷ୍ଟି ନହେବ , ସମୟାନୁବର୍ତ୍ତିତା ଉପରେ ପରାମର୍ଶ ଦେଇଥିଲେ । ପ୍ରଦୀପ ପୁରୋହିତ, ଶ୍ରୀଧର ବାଗ ସ୍କୁଲ ସମସ୍ଯା ଉପରେ ମତ ରଖିଥିଲେ । ଏହି ସମ୍ମିଳନୀରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୬୧ ଏବଂ ହାଇସ୍କୁଲ ୮ ଜଣ ପ୍ରଧାନ ଶିକ୍ଷକ ଯୋଗଦେଇ ଥିଲେ । ଏଥିରେ  ୧୮ ବିଦ୍ୟାଳୟକୁ  ପୁରସ୍କୃତ କରାଯାଇଥିଲା । ବିଦୁରୁପାଲୀ  ଉପ୍ରା ବିଦ୍ୟାଳୟର ଶ୍ରେଷ୍ଠ ବିଦ୍ୟାଳୟ ଓ କଇରାଝୁଲି ବିଦ୍ୟାଳୟର ସୁରେଶ ପଧାନଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବେ ପୁରସ୍କୃତ କରାଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା କୌଶଳ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟର ଅର୍ଥ ପରାମର୍ଶଦାତା ବିଦ୍ୟାଳୟ ଆଥିର୍କ ପରିଚାଳନା ଉପରେ ପରାମର୍ଶ ଦେଇଥିଲେ ।

0
0
0
s2sdefault